ପୋଲସରାରେ ଶ୍ରୀଜଗନ୍ନାଥଙ୍କ ପାଞ୍ଚରାତ୍ର ପ୍ରବଚନ ଓ ଘୃତଯଜ୍ଞ

ପୋଲସରା, (ଅନିଲ କୁମାର ମହାରଣା):ଚଳିତ ଶ୍ରାବଣ ତଥା ପୁରୁଷୋତ୍ତମ ମାସ ପୂର୍ଣ୍ଣମୀ ତିଥି ଅବସରରେ ମଙ୍ଗଳବାର ଦିନ ପୋଲସରା କୋଣାର୍କ କଲ୍ୟାଣ ମଣ୍ଡପ ଠାରେ ଦିବ୍ୟଜୀବନ ସଂଘ ପକ୍ଷରୁ ପାଞ୍ଚ ଦିନ ଧରି ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ମାହାତ୍ମ୍ୟମ ପରାୟଣ ପ୍ରବଚନ ସହିତ ଘୃତଯଜ୍ଞ ଆରମ୍ଭ ହୋଇଯାଇଛି । ବ୍ୟାସାସନ ବରିଷ୍ଠ ପଣ୍ଡିତ ସୁବ୍ରତ କୁମାର ତ୍ରିପାଠୀଙ୍କ କରୁଣ କୃପା ମାଧ୍ୟମରେ ମଙ୍ଗଳବାର ୧ ତାରିଖ ଠାରୁ ଆରମ୍ଭ ହୋଇ ୫ ତାରିଖ ଶନିବାର ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ପାଞ୍ଚରାତ୍ର ଘୃତଯଜ୍ଞ ଅନୁଷ୍ଠିତ ହେବ । ଏନେଇ ଦିବ୍ୟଜୀବନ ସଂଘ ପକ୍ଷରୁ ସୋମବାର ସଂନ୍ଧ୍ୟାରେ ସ୍ଥାନୀୟ ମହିଳା ଶ୍ରଦ୍ଧାଳୁ ମାନଙ୍କ ବିରାଟ ପଟୁଆରରେ କଳସୀ ଯାତ୍ରା ସହ ସହର ପରିକ୍ରମା ବିଦ୍ଧି ପୂର୍ବକ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ ପ୍ରବଚନ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି କୃପା ଲାଭ କରିଥିଲେ । ଏପରିକି ପାଞ୍ଚ ଦିନ ଧରି ଆୟୋଜିତ ହେବାକୁ ଥିବା ମାହାତ୍ମ୍ୟମ୍ ପ୍ରବଚନ କାର୍ଯ୍ୟକ୍ରମକୁ ଧାରାବାହିକ ପ୍ରବକ୍ତା ରାଷ୍ଟ୍ରୀୟ ଶ୍ରୀ ଜଗନ୍ନାଥ ମହିମା ପ୍ରଚାରକ ବାବା ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜ ଉପସ୍ଥିତ ରହି ସମସ୍ତ ଶ୍ରଦ୍ଧାଳୁଙ୍କର ଦିବ୍ୟ ଚେତନାରେ ଆଧ୍ୟାତ୍ମିକତାର ଅମୃତ ବାଣ୍ଟିବେ। ଶ୍ରୀ ଜଗନ୍ନାଥଙ୍କ ପଞ୍ଚରାତ୍ର ଘୃତଯଜ୍ଞକୁ ନେଇ ଦିବ୍ୟଜୀବନ ସଂଘ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଦେବତା ଆବାହନ, ବ୍ୟାସ ପୂଜନ, ପଣ୍ଡିତ ବରଣ, ଜଗନ୍ନାଥାଦି ଚତୁର୍ଦ୍ଦା ମୂର୍ତ୍ତିଙ୍କ ପୂଜନ , ସ୍ମନ୍ଧ ପୁରାଣରେ ହୋମ ସହିତ ସଂନ୍ଧ୍ୟା ଆଳତୀ ପରେ ବିଶିଷ୍ଟ ପଣ୍ଡିତଙ୍କ ଦ୍ବାରା ପ୍ରବଚନ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ