“ଘୁମୁସର ର ସ୍ବର” ପକ୍ଷରୁ ୧୨୭ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା

ବୁଗୁଡା, (ଅନିଲ କୁମାର ମହାରଣା):ଓଡ଼ିଆ ଭାଷା ,ସାହିତ୍ୟ ,କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ଶ୍ରାବଣ ମଳ ପୁର୍ଣ୍ଣିମା ଅବସରରେ ଝୋଲରୀ ଠାରେ ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ଯ ଅତିଥି ଭାବେ ବରିଷ୍ଠ ଅଧିବକ୍ତା ତଥା ସାହିତ୍ୟିକ ସୋମନାଥ ନାୟକ ଯୋଗଦେଇ “ମୃତ୍ୟୁ ଚେତନା ଏକ ଆଲୋଚନା” ଶୀର୍ଷକ ସମ୍ପର୍କରେ ମତବ୍ୟକ୍ତ କରିଥିବା ବେଳେ ବୁଗୁଡା ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, କବି ଅନନ୍ତ କର, କବି ଲିଙ୍ଗରାଜ ଜେନା, ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, କୈଳାଶ ଚନ୍ଦ୍ର ପ୍ରଧାନ, କବି ତ୍ରିନାଥ ପ୍ରଧାନ, ରାଜ ଗୋପାଳ ନାୟକ, ଖଲି ପରିଡ଼ା, ସୁବାସ ଚନ୍ଦ୍ର ଗୌଡ଼, ଇଂ. ବିପ୍ର ଚରଣ ପାତ୍ର, ଦ୍ବିତୀକୂ୍ୁଷ୍ଣ ବିଶ୍ବାଳ, ହରିହର ବିଷୋୟୀ, ପ୍ରକାଶ ଚନ୍ଦ୍ର ରଥ, ବସନ୍ତ କୁମାର ବିଷୋୟୀ, ଶ୍ରୀଧର ମିଶ୍ର ପ୍ରମୁଖ ଯୋଗଦେଇ ମୃତ୍ଯୁ ଚେତନାର ତତ୍ତ୍ବ ସଂପର୍କରେ ବକ୍ତବ୍ଯ ପ୍ରଦାନ କରି ଥିଲେ। ଏହି ଅବସରରେ ବରିଷ୍ଠ ସାହିତ୍ୟିକ, କବି ତ୍ରିନାଥ ପ୍ରଧାନଙ୍କୁ ତାଙ୍କ କବିତା ପୁସ୍ତକ ପାଇଁ “ଘୁମୁସର ର ସ୍ବର” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ଥିଲା। ଶେଷରେ ନିରଞ୍ଜନ ଖାଡଙ୍ଗା ଧନ୍ଯବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ