ଅମୃତ ଭାରତ ଯୋଜନାରେ ଯୋଡିହେଲା ଭବାନୀପାଟଣା ରେଳ ଷ୍ଟେସନ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଅମୃତ ଭାରତ ଷ୍ଟେସନ ଅନ୍ତର୍ଗତ ସାରା ଦେଶରେ ୫୦୮ ରେଳ ଷ୍ଟେସନର ରୂପାନ୍ତରଣ ମଧ୍ୟରେ ଓଡ଼ିଶାର ୨୫ ଟି ଷ୍ଟେସନ ପୁନଃ ବିକାଶ ମଧ୍ୟରେ ଭବାନୀପାଟଣା ରେଳଷ୍ଟେସନ ସ୍ଥାନ ପାଇଛି l ୨୬ କୋଟି ୩ଲକ୍ଷ ବ୍ୟୟ ରେ ଅତ୍ୟଧୁନିକ ରେଳ ଷ୍ଟେସନରେ ପରିଣତ ହେବ ଏହି ରେଳ ଷ୍ଟେସନl ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କଂନଫ୍ରେନ୍ସ ମାଧ୍ୟମରେ ପୁନଃ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି l ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ରେଳ ଷ୍ଟେସନ ଠାରେ ଆୟୋଜିତ ସଭାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ, ପଦ୍ମଶ୍ରୀ ପଟ୍ଟlୟତ ସାହୁ, ସମ୍ବଲପୁର ରେଳ ଡିଭିଜନ ଚି଼ଫ ମେକାନିକାଲ ଇଂଜିନିୟର କେପି ସିଂ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ମଂଚାସୀନ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଷ୍ପିନ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇବା ସହ ଭବାନୀପାଟଣା ରେଳ ଷ୍ଟେସନର ବିକାଶ ହେଲେ ଯାତ୍ରୀ ମାନଙ୍କ ସୁବିଧା ସହ ସ୍ଥାନୀୟ ଅଞ୍ଚଳରେ ସାମାଜିକ, ଆର୍ଥିକ ବିକାଶ ସହ ବ୍ୟାପାର ଓ ବାଣିଜ୍ୟ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ କରିଥିଲେ lଏହି ଷ୍ଟେସନ ର ପୁନଃ ବିକାଶ ଓ ଆଧୁନିକରଣ ରେ ଷ୍ଟେସନ ମଧ୍ୟରେ ସ୍ମାର୍ଟ ପାର୍କ, ମଲ୍ଟି ଲେବଲ ପାର୍କିଙ୍ଗ ସୁବିଧା,ଯାତ୍ରୀ ମାନଙ୍କ ପାଇଁ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ତାନ ଦ୍ୱାର, ଲିଫ୍ଟ, ଆସ୍କାଲେଟର, ଟ୍ରlଭେଲେଟର, ୱେଟିଂଗ ହଲ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ସପିଙ୍ଗ ଜୋନ, ଫୁଡ ପ୍ଲାଜ଼ା, କିଡ୍ସ ପ୍ଲେ ଏରିଆ, ଟିଫିନ ଓ ଚା ଷ୍ଟଲ, ଖବରକାଗଜ ଓ ମ୍ୟାଗାଜିନ ଷ୍ଟଲ, ଆଧୁନିକ ଶୌଚାଳୟ, ଯାତ୍ରୀ ସୂଚନା କେନ୍ଦ୍ର ଆଦିର ବ୍ୟବସ୍ଥା କରାଯିବl ଏହା ସହ ବର୍ତ୍ତମାନ ଥିବା ପ୍ରବେଶ ଦ୍ୱାରକୁ ସୁନ୍ଦର ଓ ଅତ୍ୟଧୁନିକ ଭାବେ ନିର୍ମାଣ କରାଯିବl ଆଗାମୀ ଦିନରେ ବିଶାଖାପାଟଣା ରୁ ରାୟଗଡା ଟ୍ରେନ ଓ ହାୱାଡା ରୁ ଟିଟିଲାଗଡ଼ ଆସୁଥିବା ଇସ୍ପାତ ଟ୍ରେନ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଯୋଜନା ଥିବା କହିଛନ୍ତି ସାଂସଦ ବସନ୍ତ ପଣ୍ଡା ଲ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ରେଳ ଅଧିକାରୀ ଏସ ବୁଢ଼ା, ବିଜେନ୍ଦ୍ର ମିନା, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷl ସଂଯୁକ୍ତା ବେହେରା ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଏହି ଅବସରରେ ରେଳ ବିଭାଗ ପକ୍ଷରୁ ପଦ୍ମଶ୍ରୀ ପଟ୍ଟାୟତ ସାହୁଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ