ଖଟିଆରେ ବୁହାହେଲେ ରୋଗୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସରକାର ଦୁର୍ଗମ ଅଞ୍ଚଳର ଆଦିବାସୀମାନଙ୍କ ବିକାଶ ନିମନ୍ତେ ଅନେକ ଯୋଜନା ମାନକରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ସଠିକ୍ ମାର୍ଗରେ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ନଜର ଆସୁଚି । ଯେପରିକି ଗଜପତି ଜିଲ୍ଲା ମୋହନା ବ୍ଲକର ପାହାଡ଼ିଆ ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳ ଗରଡମା ଗ୍ରାମ ପଞ୍ଚାୟତର ଲିମବାଡ ,ମାତାକୁପା, ନିକେଜୁ ଆଦି ଗ୍ରାମ ଗୁଡିକୁ ଯିବାକୁ ହେଲେ ପାହାଡିଆ ନଦୀ ଅତିକ୍ରମ କରିବାକୁ ପଡେ. ଲଗାତାର ବର୍ଷାରେ ଲିମବାଡ ରାସ୍ତା ସମ୍ପୂର୍ଣ୍ଣ କାଦ ହୋଇଥିବା ବେଳେ ନଦୀର ଜଳସ୍ତର ବଡି ଅସ୍ଥାୟୀ ପୋଲ ବି ଭସାଇ ନେଇ ଯାଇଛି। ଯାହାରି ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବାସହ ଗମନା ଗମନ ରେ ଅନେକ ବାଧା ସୃଷ୍ଟି ହେଉଛି । ସ୍ଵାସ୍ଥ୍ୟ ଅବସ୍ଥା ବିଗିଡ଼ିଲେ ମଧ୍ୟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯିବା ବଡ଼ ମୁସ୍କିଲ ହୋଇପଡିଛି । ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ଗରଡମା ଗ୍ରାମପଞ୍ଚାୟତ ନିମବାଡ ଗ୍ରାମର ଗାବ୍ରିଲ୍ ଭୂୟାଁ ଙ୍କ ପତ୍ନୀଙ୍କ ଦୀର୍ଘ ଦଶ ପନ୍ଦର ଦିନ ହେବ ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ନଥିଲା କିନ୍ତୁ ଲଗାତାର ବର୍ଷା ଲାଗି ରହିଥିବା ହେତୁ ସେ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସି ପାରୁନଥିଲେ । ତେବେ ବର୍ଷା କମିଥିବାରୁ ସେ ଗ୍ରାମ ଲୋକଙ୍କ ସହାୟତାରେ ନିଜ ରୋଗୀନା ପତ୍ନୀଙ୍କୁ ଖଟିଆରେ ବୋହି ନଦୀ ପାର କରିବା ସହ ବିରିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚିଥିଲେ ।ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।


