ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ସ୍ଵସ୍ଥ ଭାରତ ସମୃଦ୍ଧ ଭାରତ ଟ୍ରଷ୍ଟ ତରଫରୁ ବହଳଦା ବ୍ଲକର କାଙ୍କି ଗ୍ରାମ, ବିଞ୍ଝୁଆ ଗ୍ରାମ ଏବଂ କୁଲଗି ଗ୍ରାମରେ ଔଷଧିୟ ବୃକ୍ଷ ଯଥା – ଅଶୋକ ଗଛ- ୮୪ଟା, ଅଁଳା ଗଛ -୫୬ଟା, ଫଣଫଣା ଗଛ -୧୪ଟା ଏବଂ ପାଟଳୀ ଗଛ-୧୭ଟା ମୋଟ ୧୭୧ଟା ଗଛ ରୋପଣ କରାଯାଇଛି। ଆଗାମୀ ଦିନ ମାନଙ୍କରେ ରାଇରଙ୍ଗପୁର, ବିଜାତଳା, ବିଶୋଇ, କୁସୁମୀ, ଜମଦା ବ୍ଲକରେ ଦୁଇ ହଜାରରୁ ଅଧିକ ଔଷଧିୟ ବୃକ୍ଷ ରୋପଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମେନେଜିଙ୍ଗ ଟ୍ରଷ୍ଟି ଭାଗବତ ମହାନ୍ତ, ଚେୟାରମେନ୍ ଘାସିନାଥ, ସଦସ୍ୟ- ଭୋଳାନାଥ ମଣ୍ଡଳ, ଖେଲାରାମ ମୁର୍ମୁ, ବିରସିଂ ବାସ୍କେ, ନଳିନ୍ଦ୍ର କୁମାର ମହାନ୍ତ, ଝାନ ବାସ୍କେ ସକ୍ରିୟ ସହଯୋଗ କରିଥିଲେ।ବନବିଭାଗ ରାଇରଙ୍ଗୁର ଚାରା ବୃକ୍ଷ ଯୋଗାଇ ଥିବାରୁ ଏବଂ ଗ୍ରାମବାସୀଙ୍କ ସହଯୋଗ ପାଇଁ ଭାଗବତ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ