ଅଗଷ୍ଟ ୧୪ ତାରିଖ ଭାରତୀୟଙ୍କ ପାଇଁ ଏକ କଳା ଦିନ

ବାଲେଶ୍ୱର, (ସରୋଜ ପଣ୍ଡା):୧୯୪୭ ଅଗଷ୍ଟ ୧୪ ତାରିଖ ଭାରତୀୟଙ୍କ ପାଇଁ ଏକ କଳା ଦିନ, ବ୍ରିଟିଶ ଚକ୍ରାନ୍ତ ଓ ତତ୍କାଳୀନ କିଛି କ୍ଷମତାଲିପ୍ସୁ ନେତାଙ୍କ ପାଇଁ ଦେଶକୁ ଖଣ୍ଡବିଖଣ୍ଡିତ ଦିଆଗଲା। ଗୋଟିଏ ଝଟକାରେ ସେ ସମୟରେ ପ୍ରାୟ ଦେଢ଼ କୋଟି ଲୋକ ପ୍ରଭାବିତ ହୋଇଥିଲେ। ଦଶ ଲକ୍ଷ ହିନ୍ଦୁ ହତ୍ୟା ବଳାତ୍କାରର ଶୀକାର ହୋଇଥିଲେ। ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଲୋକେ ବାସହରା ହୋଇ ନିଜନିଜ ଜୀବନ ବଞ୍ଚାଇ ସୀମା ଲଙ୍ଘି ଏପଟ ସେପଟ ହୋଇଥିଲେ। ସେ ସମୟର ଦୁଃଖ ବୟାନ କରିବା ଏତେ ସହଜ ନୁହେଁ। ସେହି ବିଭୀଷିକାକୁ ଆମ ଭବିଷ୍ଯ ପିଢୀ ଭୁଲି ନ’ଯାଆନ୍ତୁ ସେହି ଉଦ୍ଦେଶ୍ୟରେ ବିଭାଜନ ବିଭୀଷିକା ସ୍ମୁତି ସମିତି ତରଫରୁ ଏକ ନିରବ ଶୋଭାଯାତ୍ରା ଫକୀରମୋହନ ଗୋଲେଇ ଠାରୁ ଆରମ୍ଭ ହୋଇ ଫାନ୍ଟାସି ହୋଟେଲ ପର୍ଯ୍ୟନ୍ତ ଆସି ଉକ୍ତ ହୋଟେଲ ସମ୍ମୀଳନୀ କକ୍ଷରେ ଏକ ସଭା ଆୟୋଜିତ କରାଯାଇଥିଲା। ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର ସଭାର ସଭାପତିତ୍ବ କରୁଥିବା ବେଳେ ପ୍ରୋଫେସର ଡଃ ଶିରୀଶ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଓ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସଭାକାର୍ଯ୍ୟ ଆରମ୍ଭରେ ବିଭାଜନର ପୂର୍ବ ଓ ପରବର୍ତ୍ତୀ ସତ୍ୟ ଘଟଣାବଳୀ ଉପରେ ଆଧାରିତ ତଥ୍ୟଚିତ୍ର ଓ ଫଟୋଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଶ୍ରୀମତୀ ମମତା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ, କମଳଲୋଚନ ଦାସ ଶୋଭାଯାତ୍ରା ପରିଚାଳନା ଓ ମଞ୍ଚ ଆହ୍ବାନ କରିଥିଲେ। ଶ୍ରୀନିବାସ ପ୍ରଧାନ ଫଟୋ ଓ ଚଳଚ୍ଚିତ୍ର ପ୍ରଦର୍ଶନୀ ପରିଚାଳନା କରିଥିଲେ। ସଭାପତି ଉମାକାନ୍ତ ମହାପାତ୍ର ପ୍ରାରମ୍ଭିକ ଭାଷଣରେ ଆଜିର ଦିବସକୁ କାହିଁକି ମନେ ରଖିବା ଦରକାର ସେ ଉପରେ ଆଲୋକପାତ କରିଥିଲେ। ପ୍ରୋଫେସର ଶିରୀଶ ଚନ୍ଦ୍ର ଜେନା ତାଙ୍କ ବ୍ଯକ୍ତବ୍ଯରେ ବିଭାଜନର ଘଟଣାବଳୀ ଉପରେ ଆଲୋଚନା କରିଥିଲେ। ବିଭାଜନ ପରବର୍ତ୍ତୀ ସମସ୍ୟା ବିଷୟରେ କହିଥିଲେ।ବିଭାଜନ ସମୟରେ ପାକିସ୍ତାନର ଶିଆଲକୋଟ୍ ଅଞ୍ଚଳରୁ ଜୀବନ ବଞ୍ଚାଇ ଭାରତ ଆସିଥିବା ଏକ ପରିବାର ବାଲେଶ୍ଵରରେ ବସବାସ କରିଥିଲେ। ସେହି ଓ୍ବାଲିୟା ପରିବାରର ସଦସ୍ୟ ଅମର ସିଂ ଓ୍ବାଲିୟାଙ୍କୁ ବିଭାଜନ ବିଭୀଷିକା ସ୍ମୁତି ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀଯୁକ୍ତ ଅମର ସିଂ ଓ୍ବାଲିୟା ତାଙ୍କ ବ୍ଯକ୍ତବ୍ଯରେ ସେ ସମୟର ଦୁଃଖଦ ଶୀହରଣଭରା କଥା ଶୁଣାଇଥିଲେ।ମୁଖ୍ୟଅତିଥି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ଅଜସ୍ବୀ ଭାଷଣରେ ଦେଶ କେମିତି ପରାଧୀନ ହେଲା, କେଉଁ ପରିସ୍ଥିତିରେ ଦେଶ ବିଭାଜନ ହେଲା, ବିଭାଜନ ସମୟର ତତ୍କାଳୀନ ପରିସ୍ଥିତି, ଷଡ଼ଯନ୍ତ୍ରକାରୀଙ୍କ ଚକ୍ରାନ୍ତ, ମୁସଲିମ ଲିଗ୍ ଓ କଂଗ୍ରେସ, ଜବାହରଲାଲ ନେହେରୁଙ୍କ ପାଇଁ କେମିତି ଦେଶକୁ ଖଣ୍ଡବିଖଣ୍ଡିତ କରିଦିଆଗଲା, କେମିତି ଲକ୍ଷ ଲକ୍ଷ ଲୋକ ଅକାଳ ମୃତ୍ୟୁବରଣ କଲେ, ବଳାତ୍କାରର ଶୀକାର ହେଲେ ସେ ବିଷୟରେ ତଥ୍ୟ ଭିତ୍ତିକ କଥା ଉପସ୍ଥାପନା କରିଥିଲେ। ସେ ଆହୁରି କହିଥିଲେ ଭାରତର ବିଭାଜନ ଏଡ଼ାଇ ଦିଆଯାଇ ପାରିଥାନ୍ତା କିନ୍ତୁ କ୍ଷମତା ପାଇଁ ଦେଶକୁ ଭୌଗଳିକ ଦୃଷ୍ଟିରୁ ନୁହେଁ, ଆର୍ଥିକ ଦୃଷ୍ଟିରୁ ନୁହେଁ ଧାର୍ମିକ ଆଧାରରେ ଭାଗଭାଗ କରିଦେଲେ। ଯାହା ଦେଶବାସୀଙ୍କ ପାଇଁ ବିଶ୍ବାସଘାତକତା ହୋଇଥିଲା। ସେ ଆହୁରି କହିଥିଲେ ଅଖଣ୍ଡ ଭାରତ ନିର୍ମାଣ କରିବା, ଭାରତକୁ ଅଖଣ୍ଡ ରଖିବାକୁ ହେଲେ ଆମକୁ ଏହି ବିଭୀଷିକାକୁ ମନେରଖିବାକୁ ହେବ। ଶେଷରେ ଶ୍ରୀନିବାସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ