ଜିଲ୍ଲା ବୋଇତବନ୍ଦାଣ ସମିତିର ବାର୍ଷିକ ଅଧିବେଶନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟର ପୁରାତନ ସାସ୍କୃତିକ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୫ତମ ବାର୍ଷିକ ଅଧିବେଶନ ଗରାପୁରସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସ୍ଥାୟୀ ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଅଧିବେଶନରେ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ କିପରି ସରସ ସୁନ୍ଦର ହେବ ସେ ସମ୍ପର୍କରେ ଉପସ୍ଥିତ ସଭ୍ୟ/ସଭ୍ୟାମାନେ ନିଜର ମତ ପୋଷଣ କରିଥିଲେ । ପ୍ରାରମ୍ଭରେ ଚଳିତ ବର୍ଷ ନୂତନ ଭାବରେ ସମିତିର ସଦସ୍ୟତା ଗ୍ରହଣ କରିଥିବା କବି ଅବନ୍ତୀ ବେହେରା, ଶ୍ରୀଧର ମହାନ୍ତି, ରଣଧୀର ଜେନା, ବଂଶୀଧର ମହାନ୍ତି, ମୀନତିପ୍ରଭା ସ୍ୱାଇଁ, ରାଜେନ୍ଦ୍ର ବେହେରା, ଦେବେନ୍ଦ୍ର ମହାନ୍ତି, ଅବଧୁତ ରାଉତ, ସନ୍ଧ୍ୟାରାଣୀ ରାଉତ, ତପସ୍ୱିନୀ ଖୁଣ୍ଟିଆ, ମମତା ଥାପ୍ପାଙ୍କୁ ସଂସଦ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ପରେ ସଭ୍ୟସଭ୍ୟାମାନେ ଚଳିତ ବର୍ଷର ବୋଇତବନ୍ଦାଣ ଉତ୍ସବକୁ ସଫଳତାର ସହିତ ସମ୍ପର୍ଣ୍ଣ କରାଯିବା ପାଇଁ ଶପଥ ଗ୍ରହଣ କରିଥିଲେ । ଏଥିରେ କେତେକ ନୂତନ ପ୍ରସ୍ତାବ ଗୃହିତ ହୋଇଥିଲା । ୨୦୨୩ ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଥିଲା । ସଭାପତି ଭାବେ ଚିନ୍ମୟ ପ୍ରସାଦ ବେହୁରା, କାର୍ଯ୍ୟକାରୀ ସଭାପତି – ପ୍ରଫୁଲ୍ଲ ଦାସ ଓ ସଞ୍ଜୟ ରାଉତ, ଉପସଭାପତି- ବୈଷ୍ଣବ ପ୍ରଧାନ ଓ ରବିନାରାୟଣ ମହାନ୍ତି, ସମ୍ପାଦକ – ଉମାଶଙ୍କର ଜେନା, କାର୍ଯ୍ୟକାରୀ ସମ୍ପାଦକ – ସରୋଜ କୁମାର ସାହୁ ଓ ଲୋହିତ ମହାନ୍ତି, ସଂଯୋଜକ – ମୁକ୍ତାର ଖାଁ, ରାଜେନ୍ଦ୍ର ମହାପାତ୍ର ଓ ଗୋଲେଖ ପଢିଆରୀ, ସାଂଗଠନିକ ସମ୍ପାଦକ ଅଶୋକ ସାହୁ, ହିମାଂଶୁ ଦାସ ଓ ବଂଶୀଧର ମହାନ୍ତି, ସାଂସ୍କୃତିକ ସମ୍ପାଦକ- ମନୋଜ ଦାସ, ସୈାମ୍ୟରଞ୍ଜନ ପଟ୍ଟନାୟକ ଓ ବିନୀରାଣୀ ଖଟୁଆ, ଗଣମାଧ୍ୟମ ସଂଯୋଜକ ଚିତ୍ତରଞ୍ଜନ ଦାସ ଓ ଲକ୍ଷ୍ମୀକାନ୍ତ ନାୟକ, ଯୁଗ୍ମ ସମ୍ପାଦକ- ଅମ୍ରିନ ସାହାଦତ, ପ୍ରଭାତୀ ଧଳ ଓ ମୀନତୀ ପ୍ରଭା ସ୍ୱାଇଁ, ବ୍ୟବସ୍ଥାପକ – କମଳାକାନ୍ତ ବେହେରା ଓ ଗାୟତ୍ରୀ ମହାନ୍ତି, କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ରଥ, ହିସାବ ସମୀକ୍ଷକ- ଶରତ ଚନ୍ଦ୍ର ଧଳ, ଯୋଗାଯୋଗ ସମ୍ପାଦକ ଶ୍ରୀଧର ମହାନ୍ତି, ସ୍ୱପ୍ନାରାଣୀ ସିଂ ଓ ଦୀନେଶ ବେହେରା, ଉପଦେଷ୍ଟା- ମହମ୍ମଦ ଆକବର ଅଲ୍ଲୀ, ଅଜୟ ରାଉତ, ପ୍ରତାପ ନାରାୟଣ ମହାପାତ୍ର, ସଚ୍ଚିକାନ୍ତ ନାଥ, ଅବନ୍ତୀ ବେହେରା, ସୁବାଷ ପାତ୍ର, ଭାଗିରଥୀ ଜେନା,ବଳରାମ ଦାସ ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ଶେଷରେ ଦୀନେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ