ଦନେଇପୁର ସ୍କୁଲରେ ଚାରାରୋପଣ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଦନେଇପୁର ସ୍କୁଲ ପରିସରରେ ହାଟଡିହି ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟଘରର ସଂଯୋଜକ କିଶୋର ଆଚାର୍ଯ୍ୟ ଓ ବରିଷ୍ଠ ଉପଦେ୍ଦଷ୍ଟା ଅମୁଲ୍ୟ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଯୋଗଦେଇ ବୃକ୍ଷ ହିଁ ଜୀବନ ବୋଲି ମତବ୍ୟକ୍ତ କରିବା ସହିତ ବୃକ୍ଷ ବିନା ମଣିଷ ଜୀବନ ଜିଇଁବା ଅସମ୍ଭବ ତେଣୁ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ଜନ୍ମଦିନ ମାନଙ୍କରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ସମ୍ବାଦ ସାହିତ୍ୟଘର ହାଟଡିହିର ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସମାଜସେବୀ ବାବୁଲି ଲେଙ୍କା, ସାମ୍ବାଦିକ ପାର୍ଥ ସୌରଭ ସା ପ୍ରମୁଖ ଯୋଗଦେଇ ସ୍କୁଲ ପରିସରରେ ବଉଳ, ଚମ୍ପା, ଦେବଦାରୁ, ଗୁଆ, ନିମ୍ବ, ଆମ୍ବ, କରଞ୍ଜ, ଆକାଶିଆ, କଦମ୍ବ ଆଦି ୫୦ରୁ ଉର୍ଦ୍ଧ ଚାରା ରାପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଦମୟନ୍ତୀ ଜେନା, ମଧୁମୀତା ବେଇତେଇ, କାମନାମୟୀ ମହାପାତ୍ର, ଅନିମା ଦେହୁରୀଙ୍କ ସମେତ ସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା କାଲି ସ୍କୁଲ ପଛପଟେ ଥିବା ପଡିଆରେ ଆଉ ୫୦ଗଛ ଲଗାଯିବାର ବ୍ୟବସ୍ଥା କରାଯାଇଛି । ହଦଗଡ ରେଞ୍ଜର ମାର୍ସାଲ କିସ୍କୁ ଓ ଫରେଷ୍ଟର କେଦାର ପାତ୍ର ପ୍ରମୁଖ ଗଛ ଚାରା ଓ ଏହାର ସୁରକ୍ଷା ବାଡା ଯୋଗାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ