୫ ଟି-ସଚିବ ଦିଗପହଣ୍ଡି ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ୫ – ଟି ସଚିବ ଭି . କାର୍ତ୍ତିକେୟନ ପାଣ୍ଡିଆନ ଦିଗପହଣ୍ଡି  ଗସ୍ତରେ ଆସୁଥିବା ବେଳେ ସଭାସ୍ଥଳ ଏବଂ ହେଲିପ୍ୟାଡ ନିର୍ମାଣ ନିମନ୍ତେ ସୋମବାର ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତା ୨୬  ରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗସ୍ତରେ ୫ – ଟି ସଚିବ ଆସି  ଦିଗପହଣ୍ଡି ଖେମୁଣ୍ଡି କଲେଜ ପଡିଆ ଠାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଗସ୍ତକୁ ସଫଳ କରିବା ନିମନ୍ତେ  ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ପରିଲକ୍ଷିତ ହୋଇଛି । ସୋମବାର ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା , ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି. କିର୍ତ୍ତୀ ଭାସେନ , ବ୍ରହ୍ମପୁର ଉପ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ପ୍ରଥମେ ହେଲିକପ୍ଟର ଅବତରଣ ସ୍ଥାନ ଏବଂ ଖେମଣ୍ଡି କଲେଜ ଖେଳପଡିଆ ସଭାସ୍ଥଳ ପରିଦର୍ଶନ କରିବା  ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ ନେଇ ନିରୀକ୍ଷଣ କରି ଫେରିଥିଲେ । ତେବେ ୫ – ଟି ସଚିବ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ଅବତରଣ କରିବା ପରେ କଲେଜ ପଡିଆ ଠାରେ ପ୍ରଶାସନ ପକ୍ଷରୁ ଆୟୋଜନ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ୧ ଘଣ୍ଟା ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବ୍ଳକ ଅଧିନସ୍ଥ ୨୫ ଗୋଟି ପଞ୍ଚାୟତର ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ଜନ ପ୍ରତିନିଧିଙ୍କ ସହ ପଞ୍ଚାୟତର ସମସ୍ୟା ନେଇ ବିଶେଷ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଏଥିସହ ବ୍ଳକ ଅଧୀନରେ ଥିବା ଗ୍ରାମାଞ୍ଚଳ ମାନଙ୍କର ରାସ୍ତା ପ୍ରଶସ୍ତିକରଣ  , ପର୍ଯ୍ୟଟନ ସ୍ଥଳ ବାଙ୍କେଶ୍ୱରୀ ମନ୍ଦିର ସମେତ ବହୁ ପ୍ରକଳ୍ପ କାର୍ଯ୍ୟ ଉପରେ ବିଶେଷ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ତେବେ ପାଣ୍ଡିଆନଙ୍କ ଏହି ଗସ୍ତକୁ ସଫଳ କରିବା ସକାଶେ ବିଜୁ ଜନତା ଦଳ କର୍ମୀଙ୍କ ମଧ୍ୟରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳୁଛି। ଜିଲାପାଳ ଙ୍କ ଗସ୍ତ ସମୟରେ ଦିଗପହଣ୍ଡି ବିଡିଓ ଡ. ଚିତ୍ତରଞ୍ଜନ ଦାସ , ତହସିଲଦାର ସିପକ କୁମାର ପାତ୍ର , ଦିଗପହଣ୍ଡି ଥାନା ଆଇ ଆଇ ସି  ଦିପ୍ତୀରଞ୍ଜନ ବେହେରା , ପୂର୍ତ୍ତବିଭାଗ ଅଧିକାରୀ ମାନଙ୍କ ସମେତ କନିଷ୍ଠ ଯନ୍ତ୍ରୀ ପ୍ରେମ ରଞ୍ଜନ ମହାପାତ୍ର , କାଳୀଚରଣ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ