ପାଣ୍ଡିଆନ ଙ୍କ ଗ୍ରସ୍ତ ପୁର୍ବରୁ ମୁଣ୍ଡ ଟେକିଲା ଘୁମୁସର ଜିଲ୍ଲା ଦାବି
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତି ଗତ ସଚିବ ତଥା ୫ ସଚିବ vk ପାଣ୍ଡିଆନ ସମଗ୍ର ଓଡିଶା ଗ୍ରସ୍ତ କରି ବିଭିନ୍ନ ସମସ୍ୟା ଶୁଣି ସେଗୁଡ଼ିକର ସମାଧାନ କରୁଛନ୍ତି।ଏହିପରି ପ୍ରେକ୍ଷୀ ରେ ୫ ସଚିବ ଙ୍କ ଗଞ୍ଜାମ ର ବିଭିନ୍ନ ଅଞ୍ଚଳକୁ ଗ୍ରସ୍ତ ଆସନ୍ତା ୨୫ ଅଗଷ୍ଟ ରୁ ଆରମ୍ଭ ହେବ ଏବଂ ସଚିବ ପାଣ୍ଡିଆନ ୨୬ ତାରିଖରେ ଭଞ୍ଜନଗର ଗ୍ରସ୍ତ ଅଛି।ଭଞ୍ଜନଗର ksub କଲେଜ ପଡିଆରେ ହେବା କୁ ଥିବା ସଭାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।ସଭା ସ୍ଥଳକୁ ଅନେକ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ପାଣ୍ଡିଆନ ଙ୍କୁ ନିଜର ସମସ୍ୟା ଜଣାଇବେ।ଏପରି କ୍ଷେତ୍ର ରେ ଘୁମୁସର ଜିଲ୍ଲା ଦାବି ରଖି ଆସୁଥିବା ଘୁମୁସର ଜିଲ୍ଲା ଆନ୍ଦୋଳନ ମିଳିତ କ୍ରିୟାନୁଷ୍ଠାନ କମିଟି ସଚିବ ମହୋଦୟ ଙ୍କ ପାଖରେ କେମିତି ଘୁମୁସର ଜିଲ୍ଲା ଦାବି ରଖିବେ ସେ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରିୟାନୁଷ୍ଠାନ କମିଟିର ସୋମନାଥ ନାୟକ,ପ୍ରଶାନ୍ତ ବିଷୋୟୀ,ପ୍ରକାଶ ଚନ୍ଦ୍ର ସାହୁ,ଶିବରାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।ଯେଉଁ ପାଣ୍ଡିଆନ ୨୦୦୭ ମସିହାରେ ଗଂଜାମ ଜିଲ୍ଲାପାଳ ଥିବା ସମୟରେ ସ୍ବର୍ଗତ ବିଜୁବାବୁଙ୍କ ଶାସନ ସମୟରେ ଘୁମୁସର ଜିଲ୍ଲା ଦାବି ରଖିବା ସହ ଘୁମୁସର ଜିଲ୍ଲା ର ଆବଶ୍ୟକତା ଦୃଷ୍ଟିରେ ସର୍ବେକ୍ଷଣ ମଧ୍ୟ କରିଥିଲେ କିନ୍ତୁ ଆଜି ଏହି ଘୁମୁସର ଆନ୍ଦୋଳନ କୁ ତ୍ୱରାନ୍ୱିତ କରିଛି ମିଳିତ କ୍ରିୟାନୁଷ୍ଠାନ କମିଟି ସହ ଉତ୍କଳ ସାମ୍ବାଦିକ ସଙ୍ଘ ସହ ଅନ୍ୟାନ୍ୟ ୪୦ଗୋଟି ଅନୁଷ୍ଠାନ।ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଢଙ୍ଗରେ ଆନ୍ଦୋଳନ ଜାରି ରଖିଛି ,ଭଞ୍ଜନଗର, ସୋରଡା, ଜଗନ୍ନାଥ ପ୍ରସାଦ ଠାରେ ବନ୍ଦ ପାଳନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।କିନ୍ତୁ ୨୬ ରେ ଯେତେବେଳେ ସଚିବ ଆସୁଛନ୍ତି ସେ ନିଶ୍ଚିତ ଭାବେ ଘୁମୁସର ଜିଲ୍ଲା ଗଠନ ର ସୁଖବର ଭଞ୍ଜନଗର ବାସୀଂକୁ ନିଶ୍ଚିତ ଦେବେ ବୋଲି ଆଶା l


