କୋଷ୍ଟଗାର୍ଡ ତରଫରୁ ମତ୍ସ୍ୟଜିବୀ ଙ୍କୁ ସଚେତନତା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୂଆଗଡ ସାମୁଦ୍ରିକ ଥାନା ପରିସରରେ କୋଷ୍ଟଗାର୍ଡ ତରଫରୁ ଅସ୍ତରଙ୍ଗ ଅଞ୍ଚଳ ର ମତ୍ସ୍ୟଜୀବୀ ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଅତିଥି ଭାବେ ନୂଆଗଡ ସାମୁଦ୍ରିକ ଥାନାଧିକାରୀ ରାଜେଶ ବଳିୟାରସିଂ, କୋଷ୍ଟଗାର୍ଡ ପ୍ରଧାନଅଧିକାରୀ ଦିନେଶ କୁମାର ମହାନ୍ତି, କୋଷ୍ଟଗାର୍ଡ ପ୍ରଧାନନାବିକ କେ. ଭି. ସି ଶେଖର, ନୂଆଗଡ ସାମୁଦ୍ରିକ ଏ. ଏସ. ଆଇ ସନ୍ତୋଷ ଜେନା ପ୍ରମୁଖ ଯୋଗଦାନ କରି ନୂଆଗଡ ସାମୁଦ୍ରିକ ଥାନା ପରିସରରେ ଅସ୍ତରଙ୍ଗ ଅଂଚଳର ମତ୍ସ୍ୟଜୀବୀ ମାନେ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଗଲେ ଲାଇଫ ଜ୍ୟାକେଟ ବ୍ୟବହାର କରିବା ସହିତ କୌଣସି ଅଚିହ୍ନା ଯୁବକ କୁ ଦେଖିଲେ, ଆତଙ୍କବାଦୀ କାର୍ଯ୍ୟ ସନ୍ଦେହ ହେଲେ ତୁରନ୍ତ ସାମୁଦ୍ରିକ ଥାନାକୁ ସୂଚନା ଦେବା, ପ୍ରାକୃତିକ ବିପର୍ଯୟ ସମୟରେ ସତର୍କ ସୂଚନା ଦିଆଗଲେ ସମୁଦ୍ର କୁ ନ ଯିବାକୁ ସଚେତନ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳ ର ଶତାଧିକ ମତ୍ସ୍ୟଜୀବୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ