” ଭାରତୀୟ ଗଣତନ୍ତ୍ର ପାଠଶାଳା ” ରେ ଯୋଗଦେବେ ଆରତୀ ଦେବୀ
ପୋଲସରା, (ଅନିଲ କୁମାର ମହାରଣା);ଆସନ୍ତା ସେପ୍ଟେମ୍ବର ମାସ ୨ ଓ ୩ ତାରିଖରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ ହାବିଟାଟ ସେଣ୍ଟର ଠାରେ ଗଣତନ୍ତ୍ର ମହୋତ୍ସବ ପାଳନ ହେବାକୁ ଯାଉଅଛି। ସେହି ଅବସରରେ ଓଡିଶାରୁ ବକ୍ତା ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଗଞ୍ଜାମ ଜିଲ୍ଲାର ଢୁଙ୍କାପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଆରତୀ ଦେବୀ ଯୋଗଦେବେ। ଭାରତୀୟ ଗଣତନ୍ତ୍ର ପାଠଶାଳା (ଇଣ୍ଡିଆନ ସ୍କୁଲ ଅଫ ଡେମୋକ୍ରାସି ) ସଂସ୍ଥା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଭାରତ ସ୍ୱାଧୀନତାର ୭୬ ବର୍ଷ ଓ ଭାରତୀୟ ଗଣତନ୍ତ୍ର ପାଠଶାଳାର ୫ମ ବର୍ଷ ପୂରଣ ଅବସରରେ ଏହି ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ଗଣତନ୍ତ୍ର ପାଠଶାଳା ସର୍ବଦା ରାଜନୈତିକ ନେତୃବୃନ୍ଦଙ୍କ ମଧ୍ୟରେ ନୈତିକ ସାହସ ଓ ମୂଲ୍ୟବୋଧ ରାଜନୀତିର ଭାବନା ଜାଗ୍ରତ କରି ଦୃଢ଼ ନେତୃତ୍ୱ ନେବାର ପ୍ରଶିକ୍ଷଣ ପ୍ରଦାନ କରି ଆସୁଅଛି। ଏହି ସଂଗଠନ ଭାରତ ବର୍ଷରେ ତିନି ଶହରୁ ଉର୍ଦ୍ଧ ତୃଣମୂଳ ସ୍ତରର ନେତା ଓ ନେତ୍ରୀ ଏବଂ ୧୫ ରୁ ଉର୍ଦ୍ଧ ରାଜନୈତିକ ଦଳ ସହ କାର୍ଯ୍ୟକରିଆସୁଛି l ଗଣତନ୍ତ୍ର ମହୋତ୍ସବ ପଛର ଉଦ୍ଦେଶ୍ୟ ହେଉଛି, ଆମର ଗଣତାନ୍ତ୍ରିକ ରାଜନୀତିକୁ ବଜାୟ ରଖିବା ଏବଂ ନେତାମାନଙ୍କୁ ଗଣତାନ୍ତ୍ରିକ ରାଜନୀତିର ସଫଳ ରୂପାୟନ ଶିକ୍ଷା ଦେବା ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ। ଏହି ମହୋତ୍ସବରେ ପ୍ୟାନେଲ ଆଲୋଚନା, କଥୋପକଥନ, ରାଜନେତିକ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ରାଜନୈତିକ ବିଷୟବସ୍ତୁ ଅନ୍ତର୍ଭୁକ୍ତ ହେବ। ଏଥିରେ ୩୦୦ରୁ ଉର୍ଦ୍ଧ ଯୁବନେତା ସହିତ ବରିଷ୍ଠ ରାଜନେତା ଯୋଗଦେବେ l ଏହି କାର୍ଯ୍ୟକ୍ରମରେ ଆରତୀ ଦେବୀ ନିଜ ରାଜନୈତକ ଜୀବନଯାତ୍ରା ଓ ତୃଣମୂଳ ସ୍ତରର ଅଭିଜ୍ଞତା ସହିତ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ମହିଳା ମିଶନ, ମିଶନ ଶକ୍ତି, ନାରୀ ସଶକ୍ତିକରଣ ଉପରେ ବକ୍ତବ୍ୟ ରଖିବେ। ସେପ୍ଟେମ୍ବର ୩ ତାରିଖ ଦିନ ୨୦ ଜଣ ବକ୍ତା ରହିବେ, ଯେଉଁଥିରେ ସୁପ୍ରିମକୋର୍ଟ ଜର୍ଜ ସଦସ୍ୟ, ଏକାଧିକ ରାଜ୍ୟର ଶୀର୍ଷନେତୃତ୍ୱ ସମେତ ବିଧାନସଭା ସଦସ୍ୟ ଏବଂ ଭାରତର ବିଭିନ୍ନ ରାଜ୍ୟରୁ ତିନି ଶହ ଯୁବନେତୃତ୍ୱ ଯୋଗଦେବେ l ଇଣ୍ଡିଆନ ସ୍କୁଲ ଅଫ ଡେମୋକ୍ରାସି (ISD) ଭାରତୀୟ ରାଜନୀତରେ ସାହାସିକତା କାର୍ଯ୍ୟକରିବା ସହିତ ମୁଖ୍ୟନେତାଙ୍କୁ ପ୍ରତିପୋଷଣ କରିବା, ନାଗରିକଙ୍କ ପାଇଁ ଗଣତାନ୍ତ୍ରିକ କାର୍ଯ୍ୟକ୍ରମ, ରାଜନେତାଙ୍କ ନିମନ୍ତେ ବ୍ୟବସ୍ଥା ପରିବର୍ତ୍ତନ ହେଉଛି ସଙ୍ଗଠନର ଲକ୍ଷ୍ୟ l ଏହି କାର୍ଯ୍ୟକ୍ରମର ସହ ସଂସ୍ଥାପକ ଶ୍ରୀ ପ୍ରଖର ଭାରତୀୟ କାର୍ଯ୍ୟକ୍ରମ ସଂଚାଳନ କରିବେ।


