ଭାରତ ସ୍କାଉଟସ ଏଣ୍ଡ ଗାଇଡ଼ସ ପକ୍ଷରୁ “ଭାଇ ପାଇଁ ରାକ୍ଷୀଟିଏ” କାର୍ଯ୍ୟକ୍ରମ

ବୁଗୁଡ଼ା, (ଅନିଲ କୁମାର ମହାରଣା):ଓଡିଶା ରାଜ୍ୟ ଭାରତ ସ୍କାଉଟସ ଏଣ୍ଡ ଗାଇଡସ ଆନୁକୁଲ୍ୟରେ ସ୍ଥାନୀୟ ଶ୍ରୀକରଭଞ୍ଜ ଓପେନ ୟୁନିଟ୍ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ” ଭାଇ ପାଇଁ ରାକ୍ଷୀଟିଏ ” କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ରକ୍ଷା ବନ୍ଧନ ଅବସରରେ ଭାରତ ସୀମାରେ ଥିବା ବୀର ଯବାନ ଭାଇମାନଙ୍କ ସକାଶେ ରାକ୍ଷୀ ପଠାଯିବା ଉଦ୍ଦେଶ୍ୟରେ ୟୁନିଟର ରୋଭର୍‌ ଏବଂ ରେଞ୍ଜରମାନେ ନିଜେ ନିଜେ ରାକ୍ଷୀତିଆରି କରିବା ସାଙ୍ଗକୁ ବିଭିନ୍ନ ସ୍ଥାନରୁ ରାକ୍ଷୀ ସଂଗ୍ରହ କରି ସେଗୁଡିକୁ ବୁଗୁଡ଼ା ବଳଦେବ ଜୀଉ ମନ୍ଦିରରେ ପୂଜାର୍ଚ୍ଚନା ପରେ ଭାରତୀୟ ଡାକ ସେବା ମାଧ୍ୟମରେ ଭାରତର ସୀମାନ୍ତ ରାଜ୍ୟ ଉତ୍ତରାଖଣ୍ଡ ଓ କଶ୍ମୀରରେ କାର୍ଯ୍ୟରତ ଯବାନଙ୍କ ନିକଟକୁ ପଠାଇଛନ୍ତି । ସ୍ଥାନୀୟ ସ୍କାଉଟସ ଏଣ୍ଡ ଗାଇଡ଼ସର ଏଭଳି ନିଆରା କାର୍ଯ୍ୟକ୍ରମରେ ରେଞ୍ଜର ସ୍ମୃତି ସ୍ବରୂପା ନାୟକ , ସୃତିଶିଖା ପାଣି , ସରିତା ରାଣୀ ସାହୁ, ଓ ବନିତା ଗୌଡ ଏବଂ ରୋଭର୍ ଆଶୁତୋଷ ମହାପାତ୍ର , କେ. ଅମ୍ରିତ୍ ସାଗର ପାତ୍ର , ଚନ୍ଦନ କୁମାର ସ୍ବାଇଁ, ଆଦିତ୍ୟ କୁମାର ମହାପାତ୍ର, ଦିପକ କୁମାର ଜେନାଙ୍କ ସମେତ ଅନ୍ୟ ରୋଭର୍ ଓ ରେଞ୍ଜର ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ