ହେତୁବାଦୀଙ୍କ ଶରୀର ଦାନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):କଳିଙ୍ଗା ହସ୍ପିଟାଲରେ ବ୍ରହ୍ମପୁର ନିବାସୀ ଜି.କାମେଶ୍ୱର ରାଓଙ୍କ ୮୧ ବର୍ଷ ବୟସରେ ମୃତ୍ୟୁପରେ ମରଶରୀର ତାଙ୍କପାରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ କିମ୍ସ ହସ୍ପିଟାଲକୁ ଦାନ କରିଛନ୍ତି। ସେ କିଡ୍ନୀଜନିତ ସମସ୍ୟା ପାଇଁ ଚକିତ୍ସତ ହେଉଥିଲେ। ତାଙ୍କ ମୃତ୍ୟୁ ତା ୨୭.୦୮.୨୦୨୩ ରିଖରେ କିମ୍ସ ହସ୍ପିଟାଲ ରେ କିଡ୍ନୀଜାଣିତ ରୋଗଯୋଗୁଁ ଚିକିତ୍ସା ସମୟରେ ହୋଇଜାଇଥିଲା ଜି. କାମେଶ୍ୱର ରାଓଙ୍କ ଦୁଇପୁଅ ଓ ଝିଅ ଆମେରିକାରୁ ଆସିବାପରେ ଆଜି ୨୮.୦୮.୨୦୨୩ ରେ ଶରୀର ଦାନ ହୋଇଥିଲା। ସେ ଜିଓଲୋଜିକଲ ସର୍ଭେ ଅଫ ଇଣ୍ଡିଆର ଉପନିର୍ଦେଶକ ଭାବେ କାର୍ୟ୍ଯ କରୁଥିଲେ । ସେ ଜଣେ ହେତୁବାଦୀ ଓ ମାନବବାଦୀ ଥିଲେ। ସେ ମାନବବାଦୀ ହେତୁବାଦୀ ସଂଗଠନର ଛାମୁଆ ନେତୃତ୍ୱ ନେଉଥିଲେ। କାମେଶ୍ୱର ରାଓ ମୃତ୍ୟୁପରେ ତାଙ୍କ ଶରୀରକୁ ଯେକୌଣସି ମେଡିକାଲ କଲେଜର ଛାତ୍ର ଛାତ୍ରୀ ମାନଙ୍କ ମେଡିକାଲ ପାଠ ପଢ଼ାରେ ଓ ଗବେଷଣା ପାଇଁ ନିୟୋଜିତ କରିବାପାଇଁ ଦାନ କରିବାକୁ ସ୍ୱୀକୃତି (pledge) ପ୍ରଦାନ କରିଥିଲେ। ବାପାଙ୍କ AFIDAVIT କୁ ସମ୍ମାନ ଦେଇ ରାଓଙ୍କ ବଡ଼ପୁଅ ଜି. ସୁଧାକର, ଜି.ରବି କୁମାର, ଜି. ରାଜକିଶୋର ଓ ଝିଅ ଆଜିତାମଞ୍ଜୁ ଓ ବହୁ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଆନାଟୋମି ବିଭାଗକୁ ଦାନ କରିଥିଲେ । କିମ୍ସର ଡାକ୍ତର କୁମାର ଅଭିଜିତ ଗ୍ରହଣ କରିଥିଲେ।ମାନବବାଦୀ ହେତୁବାଦୀ ସଂଗଠନ, ଓଡ଼ିଶାର ସଭାପତି ପ୍ରଫେସର ଧନେଶ୍ୱର ସାହୁ, ସାଧାରଣ ସମ୍ପାଦିକା ବାସନ୍ତି ଆଚାର୍ଯ୍ୟ , ମହମ୍ମଦ ସୁକୁର, ଗଂଜାମ ଶାଖାର ସମ୍ପାଦକ କେ.ନନ୍ଦେଷୁ ସେନାପତି ଓ ଡି. ମୋହନ ରାଓ ଦାନ ସମୟରେ ଉପସ୍ଥିତ ରହି ରାଓଙ୍କ ଶ୍ରଦ୍ଧଞ୍ଜଳୀ ଦେଇଥିଲେ ଓ ପରିବାରର ସମସ୍ତଙ୍କୁ ସମବେଦନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ