ପଥର ବ୍ଲାଷ୍ଟିଙ୍ଗ କରିବା ବେଳେ ମାମୁ , ଭଣଜା ମୃତ

ଗଂଜାମ, (ବିନୋଦ ପଲାଇ):ପଟେ ପାଟଣା ପାଇଁ ଖଟିବାକୁ ଯାଇଥିବା ମାମୁଁ ଭଣଜା ପଥର ବ୍ଲାଷ୍ଟ କରୁଥିବା ସମୟରେମୃତ୍ୟୁ ବରଣ କରିଛନ୍ତି। ମୃତକ ହେଲେ ଗଞ୍ଜାମ ବ୍ଲକର ମଧୁରଛୁଆଁ ଗ୍ରାମର ବିଷ୍ଣୁ ନାହାକ ଓ ଝାରେଡି ଗ୍ରାମର ନାରାୟଣ ନାହାକ ।ଗଞ୍ଜାମ ବ୍ଲକ ଅନ୍ତର୍ଗତ ଜେଆରଜେ ପଞ୍ଚାୟତର ଝାରେଡି ରାଧାଗୋବିନ୍ଦପୁର ଗ୍ରାମର ନାରାୟଣ ନାହାକ (୪୭) ଓ ତାଙ୍କର ଭଣଜା ସାନରାମଚନ୍ଦ୍ରପୁର ପଞ୍ଚାୟତର ମଧୁରଛୁଆଁ ଗ୍ରାମର ବିଷ୍ଣୁ ନାହାକ (୨୫) ଗଜପତି ଜିଲ୍ଲାର ମୋହନ ବ୍ଲକର ବନ୍ଧଗୁଡା ଗ୍ରାମରେ ପ୍ରଶାନ୍ତ ମଲ୍ଲିକ ନାମରେ ଥିବା ଏକ ପଥର କୁଆଁରୀରେ କାମ କରୁଥିଲେ। ଗତକାଲି ସନ୍ଧ୍ୟାରେ ଉକ୍ତ ପଥର କୁଆଁରୀରେ ପଥର ବ୍ଲାଷ୍ଟ କରୁଥିବା ପାଇଁ ମାମୁ ଓ ଭଣଜା ଯାଇ ଡିନାମାଇଟ ଖଞ୍ଜିଆସି ଏକ ପଥର ପାଖରେ ସୁରକ୍ଷା ପାଇଁ ରହିଥିବା ବେଳେ ବ୍ଲାଷ୍ଟ ଏତେ ଜୋରରେ ହୋଇଥିଲା ଯେ , ସେମାନେ ଯେଉଁ ପଥର ପାଖରେ ଠିଆ ହୋଇଥିଲେ ସୁରକ୍ଷା ପାଇଁ ,ତାହା ତାଙ୍କ ଉପରେ ପଡିଯିବା ଫଳରେ ମୃତ୍ୟୁ ବରଣ କରିଥିବା ପରିବାର ଲୋକେ କହିଛନ୍ତି। ଏହି ଘଟଣା ଘଟିବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ମୃତକଙ୍କୁ ଉଦ୍ଧାର କରାଯାଇ ପାରିନି। ଖବର ପାଇ ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇ,ଥାନା ଅଧିକାରୀ ବସନ୍ତ ସେଠି ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଦେହ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଛନ୍ତି। ପ୍ରଶାସନ ପକ୍ଷରୁ ମୃତ୍ୟୁକ ପରିବାରକୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ମୃତକ ପରିବାର ପକ୍ଷରୁ ମୋହନା ଥାନାରେ ଏତଲା ଦେଇଛନ୍ତି। ଅନ୍ୟପଟେ କ୍ରସର ମାଲିକ ଘଟଣା ସ୍ଥଳରେ ପହଞ୍ଚି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।ଅନ୍ୟପଟେ ମୃତକ ବିଷ୍ଣୁଙ୍କର ଅଜାଙ୍କର ଆଜି ଦଶଦିନ ଥିବାରୁ ସେ ଘରକୁ ଆସିବାର ଥିଲା ବୋଲି ଜଣାପଡିଛି। ଯାହାକୁ ନେଇ ପରିବାରରେ କାନ୍ଦବୋବାଳିରେ ଫାଟିପଡୁଛି। ଅନ୍ୟପଟେ ସେମାନଙ୍କ ଶବ ଉଦ୍ଧାର କରାଯାଇପାରିନଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଶବ ଉଦ୍ଧାର କରି ପରିବାର ଲୋକଙ୍କୁ ହସାନ୍ତର କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ