ଓଡ଼ିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ମଣିପୁରକୁ ଟପିଯିବା ଆଶଙ୍କା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପାଞ୍ଚଜଣ ତାମିଲ ଚକ୍ରାନ୍ତ କରି ଓଡ଼ିଆମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିବାରୁ ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି.) ସଭାପତି ରମେଶ ଚନ୍ଦ୍ର ରାଉତ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ଓଡ଼ିଶା ସରକାରଙ୍କ ଜଣେ କନିଷ୍ଠ ସରକାରୀ ଅଫିସର ଭି.କେ ପାଣ୍ଡିଆନ ନବୀନଙ୍କ ବିଜୁ ଜନତା ଦଳକୁ ସଂଗଠିତ କରିଚାଲିଛନ୍ତି ଏବଂ ଲୋକ ପ୍ରତିନିଧିମାନଙ୍କ ଉପରେ ଆକ୍ରମଣ ଓ ଅତ୍ୟାଚାର କରିଚାଲିଛନ୍ତି । ସାରା ଓଡ଼ିଶାବାସୀଙ୍କ ମନରେ କୁହୁଳୁଥିବା ନିଆଁ ଖୁବ୍ ଶୀଘ୍ର ହୁତୁ ହୁତୁ ହୋଇ ଜଳି ସାରା ଓଡ଼ିଶାକୁ ଜାଳିପୋଡ଼ି ପାଉଁଶ କରିଦେବ ବୋଲି ଶ୍ରୀ ରାଉତ ସତର୍କ କରି ଦେଇଛନ୍ତି । ଓଡ଼ିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ମଣିପୁରକୁ ଟପିଯିବ ବୋଲି ଆଶଙ୍କା କରିଛନ୍ତି । କେନ୍ଦ୍ର ସରକାର ଓ ମହାମହିମ ରାଷ୍ଟ୍ରପତି ଆଗୁଆ ସତର୍କମୂଳକ ପଦକ୍ଷେପ ନେବାକୁ ଶ୍ରୀ ରାଉତ ଦାବି କରିଛନ୍ତି


