ବିଶ୍ଵବିଦ୍ୟାଳୟ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ
ବାଲେଶ୍ବର, (ସରୋଜ ପଣ୍ଡା):ଆଜି ପୂର୍ବାହ୍ନରେ ବାଲେଶ୍ବର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବାଲେଶ୍ବରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୀବନ ପ୍ରଦୀପ ଦାଶ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଶୁଭଙ୍କର ମହାପାତ୍ର ଯୋଗ ଦେଇଥିଲେ । ଜିଲ୍ଲା ପଦାଧିକାରୀ ସର୍ବଶ୍ରୀ ଆଶିଷ ଘୋଷ, ପ୍ରଦୀପ ପଣ୍ଡା, ମହୁଆ ପ୍ରଧାନ ଓ ସସ୍ମିତା ଚାନ୍ଦ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ମମତା ମହାପାତ୍ର ସଭା ସଞ୍ଚାଳନ କରିଥିବା ବେଳେ ବ୍ରହ୍ମ କୁମାରୀ ବି କେ ମିନତୀ, ବି କେ ଶୁଭଶ୍ରୀ, ବି କେ ଛାୟା, ବି କେ ଅଜିତ, ବି କେ ଜୟନ୍ତ, ବି କେ ଲକ୍ଷ୍ମୀଧର ପବିତ୍ର ରକ୍ଷା ବନ୍ଧନର ଆଭିମୁଖ୍ୟ ଓ ଏହାର ଆଧ୍ୟାତ୍ମିକ ଦିଗ ଉପରେ ଆଲୋକପାତ କରିଥିଲେ । ଉତ୍ସବରେ ଉପସ୍ଥିତ ଶତାଧିକ ବ୍ୟକ୍ତିଙ୍କୁ ବ୍ରହ୍ମ କୁମାରୀ ସଙ୍ଗଠନ ପକ୍ଷରୁ ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ


