ବସ୍ତା ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ଶ୍ଯାମାପ୍ରସାଦ ବେହେରାଙ୍କ ଘରବାହୁଡ଼ା
ବାଲେଶ୍ଵର, (ସରୋଜ ପଣ୍ଡା):ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଏକ ମିଶ୍ରଣ ପର୍ବ ଆଜି ସ୍ଥାନୀୟ ରୟାଲ କୁଇନ୍ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ଅନ୍ୟତମ ସାଧାରଣ ସମ୍ପାଦକ ଇଶ୍ଵର ଚନ୍ଦ୍ର ବେହେରା ମଞ୍ଚ ଆହ୍ବାନ କରିଥିଲେ, ଜିଲ୍ଲା ଉପସଭାପତି ପ୍ରଦୀପ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଶ୍ଯାମାପ୍ରସାଦ ବେହେରାଙ୍କ ସମେତ ତାଙ୍କର ଶତାଧିକ ଶୁଭେଚ୍ଛୁ ଓ ସମର୍ଥକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ କରିଥିଲେ। ସମସ୍ତଙ୍କୁ ନିଃସ୍ୱାର୍ଥପର ମନୋଭାବରେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ। ଭାରତକୁ ବିକଶିତ ରାଷ୍ଟ୍ର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ମୁତାବକ ସମସ୍ତଙ୍କୁ ବ୍ରତୀ ହେବା ପାଇଁ ଆହ୍ବାନ କରିଥିଲେ।ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ତାଙ୍କ ସ୍ବାଗତ ସମ୍ବର୍ଦ୍ଧନାରେ ବସ୍ତାର ଟାଣୁଆ ନେତା ନିକଟରେ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ପଥରୁ ଇସ୍ତଫା ଦେଇଥିବା ଶ୍ଯାମାପ୍ରସାଦ ବେହେରାଙ୍କ ସମେତ ବିଜେଡ଼ି ଓ କଂଗ୍ରେସରୁ ଆସିଥିବା ନେତା – କର୍ମୀବୃନ୍ଦଙ୍କୁ ସ୍ବାଗତ କରିଥିଲେ। ବକ୍ତା ଭାବରେ ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୁର୍ବତ୍ତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଶୁଭଙ୍କର ମହାପାତ୍ର, ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ତାଙ୍କ ଭାଷଣରେ ଦଳୀୟ ଏକତା, ସମସ୍ତଙ୍କ ମଧ୍ୟରେ ସମନ୍ୱୟ, ନବାଗତ ଓ ଘର ବାହୁଡା କରିଥିବା କର୍ମୀବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଥିଲେ। ବସ୍ତା ନିର୍ବାଚନ ମଣ୍ଡଳୀର ପାର୍ଥୀ ପୁର୍ବତ୍ତନ ମନ୍ତ୍ରୀ ରଘୁନାଥ ମହାନ୍ତି ଶ୍ଯାମାପ୍ରସାଦ ବେହେରାଙ୍କୁ ସ୍ବାଗତ କରି କହିଥିଲେ ଯେ ବସ୍ତାରେ ବିଜେପି ସଂଗଠନ ଅଧିକ ଶକ୍ତିଶାଳୀ ହେବ ଓ ୨୦୨୪ ନିର୍ବାଚନରେ ଦଳ ବିଜୟୀ ହେବ। ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ଯାଣକାରୀ ଯୋଜନା ଓ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିକାଶମୂଳକ କାର୍ଯ୍ୟର ଅନୁପ୍ରାଣୀତ ହୋଇ ଦଳରେ ପୁନର୍ବାର ଯୋଗଦାନ କରୁଛନ୍ତି ବୋଲି ଶ୍ରୀଯୁକ୍ତ ବେହେରା କହିଛନ୍ତି, ସେ ବିଗତ ଦିନମାନଙ୍କରେ କିଛି ସ୍ମରଣୀୟ ଘଟଣାର ସ୍ମୁତି ଚାରଣ କରିଥିଲେ। ତାଙ୍କ ସହିତ ଯୋଗଦାନ କରିଥିବା ପ୍ରମୁଖ ଚେହେରା ଭାବେ ଧ୍ରୁବଚରଣ ନାୟକ, ଅଦୈତ୍ଯ କୁମାର ଜେନା, ପୁରୁଷୋତ୍ତମ ଭୁୟାଁ, ରଜତ୍ ନାରାୟଣ ପ୍ରହରାଜ, କେଶବ ଦଣ୍ଡପାଟ, ଦେବାନନ୍ଦ ଦାସ, କିଶୋର ଚନ୍ଦ୍ର ପରିଡ଼ା, ନବରାଜ ପ୍ରଧାନ, ଅଜୟ କୁମାର ଘୋଷ, ମଦନମୋହନ ଜେନା, ଚକ୍ରଧର ଗିରି, ରଞ୍ଜିତ ପାତ୍ର, ଅରବିନ୍ଦ ସେନ୍, ଜଗନ୍ନାଥ ଗିରି, ଚିନ୍ମୟୀ ଦେବ୍ ଓ ପ୍ରିୟବ୍ରତ ନାରାୟଣ ପ୍ରହରାଜ ଯୋଗଦାନ କରିଥିଲେ


