୨୫ ବର୍ଷର ବସ୍ତିବାସିନ୍ଦାଙ୍କ ଆନ୍ଦୋଳନ ସଫଳ ହେଲା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ବସ୍ତି ସଂଘର୍ଷ ସମିତି ବସ୍ତିବାସିନ୍ଦାଙ୍କୁ ଜମି ଯୋଗାଇ ଦେବା ପାଇଁ ଦୀର୍ଘ ୨୫ବର୍ଷ ଧରି ଆନ୍ଦୋଳନ କରି ଆସୁଥିଲା । ଏହି ଆନ୍ଦୋଳନ ଓଡ଼ିଶାର ମହାନଗର ନିଗମ ଗୁଡ଼ିକ ସମେତ ବହୁ ଏନ୍‌ଏସି ଓ ମ୍ୟୁନିସିପାଲିଟରେ ହଜାର ହଜାର ଦରଖାସ୍ତ ପୂରଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ପ୍ରେରଣ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚାମ୍ବରେ ଏତେ ସଂଖ୍ୟକ ଦରଖାସ୍ତ ପଡ଼ି ରହିଥିଲା ଯେ, ତାହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଥିଲା । ପରେ ରାଜ୍ୟ ସରକାର ଏନ୍‌ଏସି, ମ୍ୟୁନିସିପାଲିଟି ଗୁଡ଼ିକରେ ରହୁଥିବା ବସ୍ତିବସିନ୍ଦାମାନଙ୍କ ପାଇଁ ଜମି ପଟ୍ଟା ବାଣ୍ଟା ଯାଇଥିବା ବେଳେ ରାଜ୍ୟ ସରକାର ପାଞ୍ଚୋଟି ମହାନଗର ନିଗମକୁ ଛାଡ଼ି ଯାଇଥିଲେ । ପୁଣି ଓଡ଼ିଶା ବସ୍ତି ସଂଘର୍ଷ ସମିତି ତାର ଆନ୍ଦୋଳନ ଚାଲୁ ରଖିଥିଲା । ପୁନର୍ବାର ରାଜ୍ୟ ସରକାର ଆନ୍ଦୋଳନକୁ ସମ୍ମାନ ଜଣାଇ ପାଞ୍ଚୋଟି ମହାନଗର ନିଗମକୁ ଜମି ଅଧିକାର ଆଇନରେ ସାମିଲ୍ କରିଥିଲେ । ସୋମବାର ଦିନ ମାନ୍ୟବର ମୁଖ୍ୟନ୍ତ୍ରୀ ପାଞ୍ଚୋଟି ମହାନଗର ନିଗମର ୬୫ ହଜାର ବସ୍ତିବାସିନ୍ଦାମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲା ବେଳେ ଭୁବନେଶ୍ୱରରୁ ୧୩୫ ବସ୍ତି, କଟକରୁ ୧୧୬ ବସ୍ତିଙ୍କୁ ଏଥିରେ ସାମିଲ କରାଯାଇଅଛି ଯାହାକି ଆନ୍ଦୋଳନ ଏହା ଏକ ପ୍ରତିଫଳନ ବୋଲି ପ୍ରମାଣିତ ହୋଇଛି । ଏତଦ୍‌ବ୍ୟତୀତ ରାଜ୍ୟ ସରକାର ଓଡ଼ିଶାରେ ୨ଲକ୍ଷ ୪୦ ହଜାର ବସ୍ତିବାସିନ୍ଦାମାନଙ୍କୁ ପଟ୍ଟା ଯୋଗାଇ ଦେବେ ବୋଲି ସ୍ଥିର କରିଛନ୍ତି ଏବଂ ଯେଉଁ ବସ୍ତିଗୁଡ଼ିକୁ ପ୍ରଥମ ପର୍ଯ୍ୟାୟରେ ସାମିଲ୍ କରାଯାଇ ନାହିଁ, ସେହି ବସ୍ତିଗୁଡ଼ିକୁ ଅକ୍ଟୋବର ମାସରେ ଦ୍ୱିତୀୟ ପର୍ଯ୍ୟାୟରେ ସାମିଲି କରିବେ ବୋଲି ଘୋଷଣା କରିଛନ୍ତି । ବସ୍ତିବାସିନ୍ଦାଙ୍କ ଆନ୍ଦୋଳନ ଫଳରେ ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ କରିଥିବାରୁ ସମିତିର ସଭାପତି ପ୍ରତାପ କୁମାର ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।ଓଡ଼ିଶା ବସ୍ତି ସଂଘର୍ଷ ସମିତିର ରାଜ୍ୟ ସଭାପତି ଶ୍ରୀ ପ୍ରତାପ କୁମାର ସାହୁ କ୍ଷୋଭପ୍ରକାଶ କରିଛନ୍ତି ଯେ, ଭୁବନେଶ୍ୱରରେ ୫୦୦ରୁ ଉର୍ଦ୍ଧ୍ୱ ବସ୍ତି ଥିବା ବେଳେ ୧୩୫ଟି ବସ୍ତିକୁ ସାମିଲ୍ କରିବା, କଟକରେ ୩୦୦ରୁ ଉର୍ଦ୍ଧ୍ୱ ବସ୍ତି ଥିଲାବେଳେ ୧୧୬ ବସ୍ତିକୁ ସାମିଲ୍ କରିବା ଏକ ଦୁଃଖଦାୟକ ଘଟଣା । ଓଡ଼ିଶାରେ ଆହୁରି ୨ଲକ୍ଷରୁ ଅଧିକ ବସ୍ତିବାସିନ୍ଦା ପଟ୍ଟା ପାଇବା ପାଇଁ ହକ୍‌ଦାର ଥିବାବେଳେ ଏକକାଳୀନ ନଦେଇ ପର୍ଯ୍ୟାୟକ୍ରମେ ଦେବା ବସ୍ତିବାସିନ୍ଦା ମାନଙ୍କୁ ଏକ ପ୍ରକାର ଦୁଃଖ ଲାଗିଛି । ତେଣୁ ବାକି ରହିଥିବା ସମସ୍ତ ବସ୍ତିବାସିନ୍ଦାଙ୍କୁ ଯଦି ରାଜ୍ୟ ସରକାର ଅକ୍ଟୋବର ମାସସୁଦ୍ଧା ଜମି ପଟ୍ଟା ପ୍ରଦାନ ନ କରନ୍ତି, ତେବେ ବାଧ୍ୟ ହୋଇ ଓଡ଼ିଶା ବସ୍ତି ସଂଘର୍ଷ ସମିତି ପୁଣି ରାଜସ୍ତାକୁ ଓହ୍ଲାଇବ ବୋଲି ସଭାପତି ପ୍ରତାପ କୁମାର ସାହୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏଥିସହିତ ରାଜ୍ୟ ସରକାର ତୁରନ୍ତ ବସ୍ତି ୱେଲ୍ ଫେୟାର ବୋର୍ଡ଼ ଗଠନ କରନ୍ତୁ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ