ଗଛରେ ରାଖୀ ବାନ୍ଧିଲେ ବୃକ୍ଷପ୍ରେମୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରକ୍ଷାବନ୍ଧନ ଉତ୍ସବରେ କେବଳ ଭଉଣୀ ଯେ ଭାଇ ହାତରେ ରାଖୀ ବାନ୍ଧିଥାଏ ତାହା ନୁହେଁ, ସ୍ମାର୍ଟନଗରୀ ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ସ୍ଥିତ ଇନ୍ଦ୍ରପ୍ରସ୍ଥ କଲୋନୀଠାରେ ବୃକ୍ଷପ୍ରେମୀମାନେ ଏକାଠି ହୋଇ ରାସ୍ତାକଡରେ ଥିବା ଗଛକୁ ପୂଜାର୍ଚ୍ଚନା କରି ସେଥିରେ ସମ୍ପର୍କର ଡ଼ୋରୀ ଅର୍ଥାତ୍ ରାଖୀ ବାନ୍ଧିଛନ୍ତି । ଯେପରି ଭାଇ ହାତରେ ଭଉଣୀ ରାଖୀଟିଏ ବାନ୍ଧି ମାଗି ନିଏ ସାରା ଜୀବନର ସୁରକ୍ଷା କବଚ, ଠିକ୍ ସେହିପରି ଗଛ ଏ ମାନବ ସମାଜକୁ ଏନ୍ତୁଡ଼ିଶାଳରୁ ଶ୍ମଶାନ ପର୍ଯ୍ୟନ୍ତ ନିଃସ୍ୱାର୍ଥପର ଭାବେ ଆମକୁ ସୁରକ୍ଷା ଦେଇଥାଏ । ଆମ୍ଭେମାନେ ଗଛ ପ୍ରତି ସେମିତି କର୍ତ୍ତବ୍ୟ ସମ୍ପାଦନ କରି ତା’ର ସୁରକ୍ଷା ଦେବା ସମସ୍ତଙ୍କ ପାଇଁ ଆଜିର ଦିବସରେ ସଂକଳ୍ପ ହେଉ । ଏଭଳି ଏକ ପରିବେଶଧର୍ମୀ ବାର୍ତ୍ତା ସହ ରକ୍ଷାବନ୍ଧନ ପରମ୍ପରା ସାଧାରଣରେ ସଚେତନତା ସୃଷ୍ଟି କରିବ ବୋଲି ଏହି ଅବସରରେ ବୃକ୍ଷପ୍ରେମୀମାନେ ଆଶା ପ୍ରକଟ କରିଥିଲେ । ତେଣୁ ଆଜିର ଦିନରେ ଗଛରେ ରାଖୀ ବାନ୍ଧି ଗଛକୁ କେହି ନକାଟି ଆଗେଇ ଯିବାକୁ ବୃକ୍ଷ ପ୍ରେମୀମାନେ କହିଥିଲେ । ପରିବେଶବିତ୍ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାଇସେବକ ନାରାୟଣ ପ୍ରଧାନ, ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପାରାସେଲର ବାପିନା ନାୟକ, ଚିତ୍ରଶିଳ୍ପୀ ଅନସୂୟା ସାହୁ ପ୍ରମୁଖ ଗଛରେ ରାଖୀ ବାନ୍ଧିବା ସହ ତା’ର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ