ଗଞ୍ଜାମ ଏନଏସିରେ ସ୍ୱାୟତ ଶାସନ ଦିବସ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସି ପକ୍ଷରୁ ଭାରତୀ ବିଦ୍ୟା ପୀଠ ଷ୍ଟାଡିୟମ ପରିସରରେ ସ୍ୱାୟତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଛି। ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହାସମାରୋହରେ ପୁର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିରୂପେ ସ୍ତାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ସହର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ କହିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ସମସ୍ତପ୍ରତିନିଧିଙ୍କ ମାନଙ୍କ ସହଯୋଗରେ ଏନଏସିର ବିକାଶ ସମ୍ଭବ ହୋଇପାରିଥିବା କହିଥିଲେ। ଇଂ ମାନସ ରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହରେ ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ଗୋୖରୀଶଙ୍କର ପାଢ଼ୀ ଏନଏସି ପ୍ରତିଷ୍ଠା ସମ୍ପର୍କରେ ଆଲୋକପାତ କରିଥିଲେ। ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକ, ଏବିଈଓ ବିଜୟ କୁମାର ବେହେରା , କାଉନସିଲର ପୁରୁଷୋତ୍ତମ ସାହୁ, ଅରୁଣ କୁମାର ପଣ୍ଡା, ପି. ଚନ୍ଦ୍ରଶେଖର, ସ୍ୱାଗତ ଆଶିଷ ନାୟକ, ପି. ମୋହନ ରେଡ୍ଡୀ, ସଂଯୁକ୍ତା ଦାଶ, ସୁଜାତା ମହାନ୍ତି, ମହାଲକ୍ଷ୍ମୀ ନାୟକ, ରିତା ମହାରଣା, ସବିତା ବେହେରା, ରାଇବାରି ଜେନା, ପ୍ରମୁଖ ମାଞ୍ଚାସିନ ଥିଲେ। ଏହି ଅବସରରେ ଅନ୍ତର୍ଯ୍ୟାତୀୟ କ୍ରୀଡ଼ାବିତ ମନସ୍ୱନି ମହାରଣା, ଓଏଏସ ପାଇଥିବା ଅନିଲ କୁମାର ବିଶୋଇ, ଗଞ୍ଜାମ ବ୍ଲକ ମେଟ୍ରିକ ଟପ୍ପର ଗାୟତ୍ରୀ ମହାପାତ୍ର, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବ୍ରହ୍ମପୁର ଵିଶ୍ଵବିଦ୍ୟାଳୟ ଟପ୍ପର ତଥା ସ୍ୱର୍ଣ୍ଣପଦକ ବିଜୟତା ଅଖିଳ କୁମାର ତରାଇ, ଗଞ୍ଜାମ ବରିଷ୍ଠ ନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ବୃକ୍ଷପ୍ରେମି ବିଶ୍ୱନାଥ ସାମନ୍ତରାଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହ ପୂର୍ବରୁ ଅନୁଷ୍ଠିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ବିଜୟୀ ହୋଇଥିବା ପ୍ରେସ ଏକାଦଶଙ୍କୁ ଚମ୍ପିୟାନ ଟ୍ରଫି ଓ ରନର୍ସ ହୋଇଥିବା ଗଞ୍ଜମ ଏନଏସି ଏକାଦଶକୁ ରନର୍ସ ଟ୍ରଫି ପ୍ରଦାନ କରିବା ସହ ବିଭିନ୍ନ ପ୍ରତିଯୋଗିତା ରକୃତିପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆକାଉଣ୍ଟ ଦୀପ୍ତିରଞ୍ଜନ ପୃଷ୍ଟି ,ସିଏମଏମ ଭାଗ୍ୟଶ୍ରୀ ନାୟକ, କନିଷ୍ଟ ସହାୟକ କମଳକାନ୍ତ ଦାଶ, ମୁକ୍ତା ସଂଯୋଜ ଚିନ୍ମୟ ରଞ୍ଜନ ପୃଷ୍ଟି, ପରିମଳ ବିଶେସଜ୍ଞ ସୁମିତି ବେହେରା, ସହକାରୀ ଟ୍ୟାକ୍ସ କଲେକ୍ଟର ପ୍ରଭାତ ମହାପାତ୍ର, ଅଜୟ ପଣ୍ଡା, ବିରେନ ମହାପାତ୍ର ଓ ଉତ୍ତମ ବେହେରା, ମହେନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ।ପ୍ରାରମ୍ଭରେ ଏନଏସି ପରିସରରେ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଜତୀୟପତକା ଉତ୍ତୋଳନ କରିବା ସହ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସନ୍ଧ୍ୟାରେ ମେଲୋଡି ବିଶି କଣ୍ଟଶିଳ୍ପୀ ସଙ୍ଗୀତା ପାଢ଼ୀ ଓ ସାଥୀଙ୍କ ଗୀତରେ ଏବଂ ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଦ୍ୱାରା ନୃତ୍ୟ ପରିବେଷଣରେ ଦର୍ଶକ ଝୁମିଥିଲେ ।