ଭେଜିପୁଟ ମର୍ମନ୍ତୁକ ସଡ଼କ ଦୁର୍ଘଟଣା : ୨ ଗିରଫ

ବୁଗୁଡା, (ଅନିଲ କୁମାର ମହାରଣା):ଗତ ଅଗଷ୍ଟ ୨୧ ତାରିଖ ସୋମବାର ପୂର୍ବ ରାତ୍ରରେ ଭେଟନଇ ଓ ଭେଜିପୁଟ ମଧ୍ୟରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ତିନି ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ରୁ ଉର୍ଦ୍ଧ୍ବ କାଉଡ଼ିଆ ଆହତ ହୋଇଥିଲେ। ସେହି ସଡ଼କ ଦୁର୍ଘଟଣା ରେ ବୁଗୁଡା ବ୍ଳକର ଅରଖପୁର ଗ୍ରାମର ସୁଶାନ୍ତ ଜେନାଙ୍କ ଧର୍ମପତ୍ନୀ ଅନିତା ଜେନା ଓ ବନମାଳୀ ବେହେରାଙ୍କ ପୁଅ ମୁକୁନା ବେହେରା ଦୁର୍ଘଟଣା ଦିନ ମୃତ୍ୟୁ ବରଣ କରିଥିଲେ। ସୁଶାନ୍ତ ଜେନାଙ୍କ ଝିଅ ସୋନିଆ ଜେନା ଗୁରୁତର ଆହତ ହୋଇ ଭୂବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଗତ ଅଗଷ୍ଟ ୨୬ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ। ଏହି ଦୁର୍ଘଟଣାରେ ସୁଶାନ୍ତଙ୍କ ସ୍ତ୍ରୀ ଓ ଝିଅ ମୃତ୍ୟୁ ପରେ ତାଙ୍କର ସୁନାର ସଂସାର ଉଜୁଡି ପଡିଥିବା ବେଳେ ରୋଜଗାରିଆ ପୁଅ ମୁକୁନଙ୍କ ମୃତ୍ୟୁ ପରେ ବନମାଳୀ ବେହେରାଙ୍କ ଭାଙ୍ଗି ପଡିଛନ୍ତି। ଏହା ସହିତ ଆହତ ୯ ଜଣଙ୍କ ମଧ୍ୟରୁ କାହାର ଗୋଡ, କାହାର ହାତ ଭାଙ୍ଗି ସେମାନେ ଏବେ ଅକର୍ମଣ୍ୟ ହୋଇ ପଡିଛନ୍ତି। ମୃତ୍ୟୁ ଓ ଆହତ ବ୍ୟକ୍ତିମାନେ ସମସ୍ତେ ବୁଗୁଡା ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର ଅଟନ୍ତି। ଏହାକୁ ନେଇ କୋଟିନଡା ପୋଲିସ ଥାନା ପକ୍ଷରୁ ୨୨୮/୨୩ ପ୍ରକାରେ ଏକ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଜାରି ରଖିଥିଲେ। ସିସି ଟିଭି ଫୁଟେଜକୁ ଆଧାର କରି ରବିବାର ରାତି ୧୦:୨୨ ସମୟରେ କାଳଷଣ୍ଡପୁର ଢାବାରେ ଜିଜେ ୦୫ ଆରଏଲ ୮୨୬୦ ଗାଡିରୁ ଡ୍ରାଇଭର ସହିତ ତିନି ଜଣ ଓହ୍ଲାଇ ଥିଲେ। ସେହି ତିନିଜଣ ସେହି ଢାବାରେ ମଦ ମାଂସ ଖାଇ ରାତ୍ର ପ୍ରାୟ ୧୨:୦୦ ସମୟରେ ଉକ୍ତ ଗାଡ଼ିରେ ବାହାରି ଭେଟନଇ ଓ ଭେଜିପୁଟ ମଧ୍ୟରେ ଥିବା କୁକୁଡ଼ା ଫାର୍ମ ଠାରେ ଦୁର୍ଘଟଣା ଘଟାଇଥିଲେ। ଏହି ଘଟଣାରେ କୋଟିନଡା ଥାନାଧିକାରୀ ବୁଗୁଡାର ଧୋବା ପ୍ରଧାନ ଓରଫ ଜିନୁ ଓ ସ୍ବାଧୀନ ନାୟକକୁ ଅଗଷ୍ଟ ୩୧ ତାରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେହି ଗାଡିରେ ସ୍ବାଇଁ ପରିବାରର ଗାଡି ବୋଲି ଲେଖାଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗିରଫ ହୋଇନଥିବା ବେଳେ ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ