କୃଷକମୋର୍ଚ୍ଚା ଜିଲ୍ଲା କମିଟିର ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ନିର୍ଦେଶ କ୍ରମେ କୃଷକମୋର୍ଚ୍ଚା ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋର୍ଚ୍ଚାର ଆଗାମୀ କାର୍ଯ୍ୟସୂଚୀ, କୃଷି ଓ କୃଷକଙ୍କ ସମସ୍ୟା ଉପରେ ଗମ୍ଭୀର ଆଲୋଚନା ସହିତ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ବିଷୟରେ ନିଷ୍ପତ୍ତି କରାଯାଇଛି। ବୈଠକରେ ବରିଷ୍ଠ ନେତା ଶ୍ଯାମାପ୍ରସାଦ ବେହେରା ଓ ଶ୍ରୀନିବାସ ପ୍ରଧାନ ଯୋଗଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ମୋର୍ଚ୍ଚାୟ ଧ୍ରୁବଚରଣ ନାୟକ, ସୂର୍ଯ୍ୟନାରାୟଣ ସାହୁ ଓ କୌଶିକ ଚାନ୍ଦ, ସାଧାରଣ ସମ୍ପାଦକ ଅନୀଲ କୁମାର ସାହୁ ଓ ମହେଶ୍ୱର ଗିରି, ଚନ୍ଦ୍ରମଣି ସେଠୀ, ପ୍ରଶାନ୍ତ କୁମାର ସାହୁ, ଉପେନ୍ଦ୍ର ସାହୁ, ସପନ ବେହେରା, ସୁଦାମ ଚନ୍ଦ ମିଧାର, ସୁକୁମାର ଜେନା ଓ ଆଶାଜ୍ବତି ପ୍ରିୟଦର୍ଶିନୀ, ନାରାୟଣ ଚନ୍ଦ୍ର ଦତ୍ତ, ଶରତ ପାଣିଗ୍ରାହୀ ଓ ୧୩ ଜଣ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ


