କାଳୀମନ୍ଦିରରେ ବେଦ ପାରାୟଣ ଶିବିର ଓ ବେଦ ସପ୍ତାହ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ବିବେକାନନ୍ଦ ମାର୍ଗରେ ଅବସ୍ଥିତ ଲଳିତେଶ୍ୱରୀ କାଳୀମନ୍ଦିର ପରିସରରେ ଋଷି ତର୍ପଣ (ବେଦ ସ୍ୱାଧ୍ୟାୟ) ଉତ୍ସବ, ବୈଦିକ ଗୁରୁକୁଳ ଆଶ୍ରମ, ପିଞ୍ଛାବଣିଆର ସଂଚାଳକ ଆଚାର୍ଯ୍ୟ ବିଜୟ ଜୀଙ୍କ ପୌରହିତ୍ୟରେ ସମ୍ପନ୍ନ ହୋଇଯାଇଅଛି । ଏହି ଅବସରରେ ପ୍ରାତଃକାଳରେ ଯୋଗାଚାର୍ଯ୍ୟ ଶ୍ରୀ ସୁଜିତ୍ କୁମାର ଜେନାଙ୍କ ପରିଚାଳନାରେ ଧ୍ୟାନ ଓ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ବେଦ ସପ୍ତାହ ପାଳନର ମହତ୍ତ୍ୱକୁ ଉପଲବ୍ଧି କରାଇବା ସହିତ ସୁସ୍ଥ ଓ ନିରୋଗ ତଥା ପର୍ଯ୍ୟାବରଣ ଶୁଦ୍ଧି ଉଦ୍ଦେଶ୍ୟରେ ବିଶ୍ୱ କଲ୍ୟାଣ ବେଦ ପାରାୟଣ ଯଜ୍ଞ ଓ ବେଦର ସ୍ୱାଧ୍ୟାୟ ଆଚାର୍ଯ୍ୟ ବିଜୟ ଜୀ ଙ୍କ ଦ୍ୱାରା କରାଯାଇଥିଲା । ଗୁଜୁରାଟ ପ୍ରଦେଶର ବିଶିଷ୍ଟ ଆର୍ଯ୍ୟସମାଜୀ ଶ୍ରୀଯୁକ୍ତ ଭାବେନ୍ଦ୍ର ଦେ ଆଚାର୍ଯ୍ୟଙ୍କୁ ସହଯୋଗ କରିଥିଲେ ।ଏହି ମହାନ କାର୍ଯ୍ୟରେ ଶ୍ରୀ ସୁକାନ୍ତ ରାଉଳ ଓ ଶ୍ରୀମତୀ ବିଜୟଲକ୍ଷ୍ମୀ ରାଉଳ, ଶ୍ରୀ ଶାନ୍ତି ସ୍ୱରୂପ ଦାସ ଓ ଶ୍ରୀମତୀ ସ୍ନେହଲତା ଦାସ, ଶ୍ରୀ ସୁଜିତ୍ କୁମାର ଜେନା ଓ ଶ୍ରୀମତୀ ଜ୍ୟୋତ୍ସ୍ନା ଜେନା, ଶ୍ରୀ ସୂର୍ଯ୍ୟ କୁମାର୍ ପୃଥାଳ ଓ ଶ୍ରୀମତୀ ତୃପ୍ତି ପୃଥାଳ, ଶ୍ରୀ ଦିବାକର ପରିଡ଼ା ଓ ଶ୍ରୀମତୀ ଶାନ୍ତି ପରିଡ଼ା, ଶ୍ରୀ ବ୍ୟାସଦେବ ରାଉତ ଓ ଶ୍ରୀମତୀ ରୀତା ରାଉତ, ଶ୍ରୀ ଧୃବ ଚରଣ ବେହେରା ଓ ଶ୍ରୀମତୀ ସୀତା ବେହେରାଙ୍କ ସମେତ ଧ୍ୱନି ପ୍ରତିଧ୍ୱନିର ସମ୍ପାଦକ ଶ୍ରୀଯୁକ୍ତ ସୃଷ୍ଟିଧର ପରିଡ଼ା, ହେଲ୍ଦୀ ଲାଇଫ୍ ଯୋଗ ମହାବିଦ୍ୟାଳୟର ନିର୍ଦ୍ଦେଶକ ଡ. ଚିତ୍ତରଞ୍ଜନ ସାହୁ, ଶ୍ରୀ କାମିନୀ ପାଢ଼ୀ, ପ୍ର. ଚିତ୍ତରଞ୍ଜନ ଦାଶ, ଶ୍ରୀ ଶରତ ଦାସ, ଶ୍ରୀ ବିଭୂତି ମହାନ୍ତି, ଶ୍ରୀ ଭାଗବତ ପଣ୍ଡା, ପ୍ର. ଜୟସ୍ମିତା ନାୟକ, ଶ୍ରୀମତୀ ମୀନା ସେଠୀ, ଶ୍ରୀ ନାରାୟଣ ପାତ୍ର, ଶ୍ରୀ ରବୀନ୍ଦ୍ର କୁମାର ବାରିକ, ଶ୍ରୀମତୀ ଗୀତାଞ୍ଜଳୀ ପଣ୍ଡା, ଅମ୍ବିକା ଗିରି, ସସ୍ମିତା ପରିଡ଼ା, ମନ୍ଦାକିନୀ ଦାସ, ସୁବାସିନୀ ପରିଡ଼ା, ସାଧନା ଭଟ୍ଟାଚାର୍ଯ୍ୟ, ନିଳୀମା ବର୍ଦ୍ଧନ ,ଲକି ଦେ ଆଦି ଶତାଧିକ ସାଧକ ସାଧିକା ବିଭିନ୍ନ ଯୋଗ କେନ୍ଦ୍ରରୁ ଯୋଗଦେଇଥିଲେ । ଗୁରୁକୁଳର ଅନ୍ତେବାସୀଗଣ ବିଶେଷ ସହଯୋଗ କରିଥିଲେ । ପରିଶେଷରେ ମନ୍ଦିରର ପୂଜକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ଗୁରୁକୁଳ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।


