ଅଲ ଓଡ଼ିଶା ଲୟାର୍ସ ଆସୋସିଏସନର ୪ର୍ଥ କାର୍ଯ୍ୟକାରୀ କମିଟି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ଭେନ୍ୟା ପାରାଡ଼ାଇଜ ମଣ୍ଡପ ଠାରେ ଆଜି ଅଲ ଓଡିଶା ଲୟାର୍ଷ ଆସୋସିଏସନର ୪ର୍ଥ କାର୍ଯ୍ୟକାରୀ କମିଟି ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅଲ ଓଡିଶା ଲୟାର୍ଶ ଆସୋସିଏସନ୍ ସଭାପତି ମାନସ ରଞ୍ଜନ ମହାପାତ୍ର ସଭାପତିତ୍ବ କରିଥିଲେ।ସମ୍ପାଦକ ଅନିଲ କୁମାର ପରିଡ଼ା ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ପୂର୍ବତନ ସଭାପତି ଶିଶିର ପାଢ଼ୀ, ଗୋପାଳ ଚନ୍ଦ୍ର ମହାନ୍ତି, କାର୍ଯ୍ୟକାରୀ ସଭାପତି ଜ୍ୟୋତିପ୍ରକାଶ ରଥ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ବାର କାଉନସିଲର ମେମ୍ବର ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।


