ଭୋଟର ନାମ ପଞ୍ଜିକରଣ ତଥା ସଂଶୋଧନ ,,ମୁଁ ବି ମିତା କାର୍ଯ୍ୟକ୍ରମ,,

ଭଞ୍ଜ ନଗର, (ସନ୍ତୋଷ କୁମାର ଜେନା):ଭାରତ ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ର ଓ ଏହି ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବା ଅଧିକାର ସମସ୍ତଙ୍କର ଅଛି। ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ମୁଁ ବି ମିତା’ ଅଭିଯାନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ଆରମ୍ଭ ହୋଇଛି। ଆଜି ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ୧୦ ଟି ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ, ସମ୍ଭାବିତ ଭୋଟର ଓ ସ୍ଥାନାନ୍ତରିତ ଭୋଟର ମାନଙ୍କ ସହାୟତା ନିମନ୍ତେ ଉଦ୍ଦିଷ୍ଟ ଏହି ଅଭିଯାନର ସଫଳ ରୁପାୟନ ପାଇଁ ବୁଥ ସ୍ତରୀୟ ଅଧିକାରୀ ଗାଁ କୁ ଗାଁ ଓ ଘର କୁ ଘର ବୁଲି ସଚେତନତା ସୃଷ୍ଟି କରୁଛନ୍ତି।ଏହି ବୁଥସ୍ତରୀୟ ଅଧିକାରୀ ମାନଙ୍କୁ ସହାୟତା କରିବା ପାଇଁ ପ୍ରତ୍ୟେକ ମହାବିଦ୍ୟାଳୟ ର ଦୁଇ ଜଣ ଲେଖାଏଁ ଛାତ୍ରୀ ଅଭିଯାନରେ ସାମିଲ ପୁର୍ବକ ସଚେତନତା ସୃଷ୍ଟି କରିବେ।ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ଛାତ୍ରୀ ମାନଙ୍କୁ ନିଜ କଲେଜ୍ ରେ କିମ୍ବା ସ୍ଥାନୀୟ ଅଞ୍ଚଳରେ କିପରି ସଚେତନତା ସୃଷ୍ଟି କରିବେ ସେନେଇ ବୁଝାଇଥିଲେ।ଯେପରି ଅଧିକରୁ ଅଧିକ ସଂଖ୍ୟକ ନୁଆ ଭୋଟର ନାମ ପଞ୍ଜିକୃତ କରି ପାରିବ ସେନେଇ ଗୁରୁତ୍ୱ ଦିଆଯାଇଥିଲା।ଏହସହ ମୋବାଇଲ ରେ ଥିବା ଭୋଟର ହେଲ୍ପ ଲାଇନ୍ ଆପ୍ ମାଧ୍ୟମରେ କିପରି ନାମ ପଞ୍ଜିକରଣ କରାଯିବା ସହ ସଂଶୋଧନ ଓ ସ୍ଥାନାନ୍ତରିତ କରାଯିବ ସେ ସମ୍ପର୍କରେ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।ମାଷ୍ଟର ଟ୍ରେନର ଭାବେ ସୁନିଲ କୁମାର ବେହେରା ଯୋଗଦେଇ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଏଂବ ବରିଷ୍ଠ କର୍ମଚାରୀ ମୁକ୍ତିପଦ ନାୟକ ଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ