ଅହେତୁକ ଦରଦାମ ବୃଦ୍ଧି, ଭ୍ରଷ୍ଟାଚାର ବିରୁଦ୍ଧରେ ହାଟଡିହି ବ୍ଲକ ଘେରିଲା କଂଗ୍ରେସ

ହାଟଡିହିି, (ବିକାଶ ବିଶ୍ୱାଳ):ଅହେତୁକ ଦରଦାମ ବୃଦ୍ଧି, ଭ୍ରଷ୍ଟାଚାର, ଦୁର୍ନୀତି ବିରୁଦ୍ଧରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଆଜି ହାଟଡିହି ବ୍ଲକ ଘେରାଉ କରାଯାଇଛି । ଆଜି ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର କଂଗ୍ରେସ କର୍ମୀ କଂଗ୍ରେସ ନେତା ମନୋଜ ଜେନାଙ୍କ ନେତୃତ୍ୱରେ ଏକ ବିରାଟ ପଟୁଆରରେ ତହସିଲ ଛକଠାରୁ ବାହାରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲେ । ‘ବିଜେଡି ବିଜେପି ଭାଇ ଭାଇ ଓଡିଶାକୁ ଦେଲେ ଖାଇ’ନାରା ଲଗାଇ କର୍ମୀାନେ ବର୍ଷାରେ ଭିଜି ଭିଜି ଯାଉଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ବିଜେଡି ସଭାପତି ମୋହନ ପରିଡାଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ । ସମଗ୍ର ଭାରତବର୍ଷରେ ଏବେ ଦରଦାମ ବୃଦ୍ଧି ଏକ ମୁଖ୍ୟ ପ୍ରସଙ୍ଗ ସାଜିଥିବାବେଳେ ବୋରୀ ସମସ୍ୟା ଦ୍ୱିଗୁଣିତ ହୋଇଛି । କେନ୍ଦୁଝର ଜିଲ୍ଲା ସର୍ବାଧିକ ରାଜସ୍ୱ ଦେଉଥିବାବେଳେ ୨୪ବର୍ଷ ଶାସନ ଭିତରେ ଏଠାରେ ଗୋଟିଏ ବି କଳ କାରକାନା ପ୍ରତିଷ୍ଠା ହୋଇପାରିଲାନି । ଜିଲ୍ଲାର ପ୍ରଗତୀ କ୍ଷେତ୍ରରେ ରାଜ୍ୟସରକାର ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି । ସମ ଦୁରତା ରକ୍ଷା କରିବା କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ କେନ୍ଦ୍ର ସରକାରଙ୍କ ସମର୍ଥନ ଦେଇ ଆସୁଛନ୍ତି । ଏପରିକି ନବୀନ ପଟ୍ଟନାୟକଙ୍କୁ ସାଧାରଣ ଲୋକେ ତ ଦୁରର କଥା ଖୋଦ ରାଜ୍ୟର ମନ୍ତ୍ରୀ ଓ ବିଧାୟକ ମାନେ ମଧ୍ୟ ଦେଖିବାକୁ ପାଉ ନାହାନ୍ତି ବୋଲି ବିଧାୟକ ବତାରା ବାହିନିପତି ମତବ୍ୟକ୍ତ କରିଥିଲେ । ସେହିପରି ପୁର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ବିଜେଡି ଓ ବିଜେପି ସରକାର ବିରୁଦ୍ଧରେ ବର୍ଷିଥିଲେ । ମଣିପୁର ଘଟଣାପରେ କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲି ଯାଇଛି ବୋଲି କହିବା ସହ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ମନରେଗା ଯୋଜନା ଲୁଟ, ଆବାସ ଯୋଜନାରେ ହରିଲୁଟ, ରେସନ ସାମଗ୍ରୀ ବଣ୍ଟନରେ ଲୁଟ ଏପରି କେବଳ ଲୁଟର ଶାସନ ଚାଲିଛି ବୋଲି ମତବ୍ୟକ୍ତ କରିଥିଲେ । ହାଟଡିହି ବ୍ଲକରେ ଡାକ୍ତରଖାନା ଗୁଡିକରେ ଡାକ୍ତର ଅଭାବ, ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଅଭାବ ଲାଗିରହିଥିଲେବି ୨୪ବର୍ଷ ଧରି ଶାସନ କରୁଥିବା ବିଜେଡି ନେତାମାନେ କରୁଛନ୍ତି କଣ ବୋଲି ସେ ପ୍ରଶ୍ନ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ଭିତରେ କଂଗ୍ରେସ ନେତା ମାନସ ଚୌଧୁରୀ, ଯୁବ କଂଗ୍ରେସ ନେତା ଇଂ ମନୋଜ ଜେନା, ପିସିସି ସମ୍ପାଦକ ସଂଗ୍ରାମ ଦାଶ, ଡାକ୍ତର ରାଜ ନାରାୟଣ ମହାପାତ୍ର, ଆଲୋକ ଲେଙ୍କା, ଜିଲ୍ଲା କଂଗ୍ରେସ ସମ୍ପାଦକ ହାଡିବନ୍ଧୁ ଖୁଣ୍ଟିଆ, ଯୁବନେତା ଇଂ ବିନୋଦ ବିହାରୀ ନାୟକ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସତ୍ୟବ୍ରତ ଜେନା, ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ମାନସ କୁମାର ଜେନା, ପ୍ରଶାନ୍ତ କୁମାର ସ୍ୱାଇଁ, ପ୍ରମୁଖ ଯୋଗଦେଇ ବିଜେଡି ବିଜେପି ସରକାର ବିରୁଦ୍ଧରେ ନିଜ ନିଜର ବକ୍ତବ୍ୟ ରଖିବା ସହିତ ଆଗାମି ଦିନରେ କଂଗ୍ରେସକୁ ବିପୁଳ ସଂଖ୍ୟାରେ ସମର୍ଥନ କରିବାକୁ ଆହ୍ୱାନ ଦେଇଥିଲେ । ପରେ ବରିଷ୍ଠ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ଜେନା, ଜିଲ୍ଲାସଭାପତି ଆଇନିଜିବୀ ମୋହନ ପରିଡା, ଇଂ ମନୋଜ ଜେନା, ଚଣ୍ଡୀ ପ୍ରସାଦ ପାଣିଗ୍ରାହୀ, ମାନସ ଜେନା, ସୁରଥ ମହାକୁଡ ପ୍ରମୁଖ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ହାଟଡିହି ବିଡିଓ ବିନିତା ବିଜୟିନୀଙ୍କୁ ପ୍ରଦାନ କରିଥିଲେ । ସିଲୁ ପହି, ଶେଷଦେବ ସାମଲ, ଆଶିଷ ରଞ୍ଜନ ପୃଷ୍ଟି, କାଳିଆ ଜେନା, ଦୀନବନ୍ଧୁ ଜେନା, ବୁଲୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ