ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ନବାଗତଙ୍କୁ ସ୍ୱାଗତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ନୂତନ ଛାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଅନୁଷ୍ଠାନ ସଭାପତି ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ତାଲିମ୍ ଅଧିକାରୀ ସନ୍ତୋଷ କୁମାର ପାଢୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I ଦ୍ୱିତୀୟ ବର୍ଷର ଛାତ୍ରମାନେ ଫୁଲ ଚନ୍ଦନ ଦେଇ ନବାଗତ ଛାତ୍ରଙ୍କୁ ସ୍ୱାଗତ କରିଥିଲେ I ଅନୁଷ୍ଠାନ ସମ୍ପାଦକ ଚିତ୍ତରଞ୍ଜନ ରଥ ଏବଂ ଏକାଡେମୀକ୍ ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର ସମସ୍ତ ଛାତ୍ର ନିଷ୍ଠାର ସହ ସମୟାନୁବର୍ତ୍ତି ହୋଇ ଗ୍ରହଣ କରି ଜୀବନରେ ସଫଳତା ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ I ଏହି ଅବସରରେ ନବାଗତ ଛାତ୍ରମାନେ ନିଜର ପରିଚୟ ପ୍ରଦାନ କରିବା ସହିତ ଶୃଙ୍ଖଳିତ ତାଲିମ୍ ଗ୍ରହଣ ପାଇଁ ଶପଥପାଠ କରିଥିଲେ I ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟ ବର୍ଷର ସମସ୍ତ ଛାତ୍ରଙ୍କ ସହିତ ମଙ୍ଗୁଳୁ ସ୍ୱାଇଁ,ବିଶ୍ଵନାଥ ସିୟ ପ୍ରମୁଖ ପରିଚାଳନାଗତ ସହଯୋଗ କରିଥିଲେ I ସହକାରୀ ତାଲିମ୍ ଅଧିକାରୀ ସୁରେଶ୍ କୁମାର ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ I