ରାବଣ ପୋଡ଼ି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲାର ଖଣି ସହରରେ ରାବଣ ପୋଡ଼ି ଉତ୍ସବ ପାଇଁ ଯୋଡ଼ା ପୌରପାଳିକା ଅତିଥି କକ୍ଷ ଠାରେ ଶନିବାର ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାବଣ ପୋଡ଼ି କମିଟି ଉପଦେଷ୍ଟା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ସଭପତିତ୍ବରେ ଅନୁଷ୍ଠିତ ବୈଠକରେ ରାବଣ ପୋଡ଼ି ୨୦୨୩ ସଫଳ ନିମନ୍ତେ ବିଭିନ୍ନ କମିଟି ଗଠନ କରାଯାଇଛି । ଚଳିତ ବର୍ଷ ରାବଣ ପୋଡ଼ି ଓ ଆତସବାଦ ସମାରୋହ ସରସ ସୁନ୍ଦର ନିମନ୍ତେ ପୂର୍ଣ୍ଣ ସହଯୋଗ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ଯୋଡ଼ା କେନ୍ଦ୍ରୀୟ ଖେଳ ପଡ଼ିଆ ଠାରେ ରାବଣ ପୋଡିର ଆୟୋଜନ କରାଯିବ । ୭୦ ଫୁଟ ଉଚ୍ଚତାର ରାବଣ ପ୍ରତୀକ ହୋଇଥିବା ମୂର୍ତ୍ତି ପ୍ରସ୍ତୁତ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ କମିଟି ଉପ ସଭାପତି ନବ କୃଷ୍ଣ ମିଶ୍ର, ସମ୍ପାଦକ ନିହାର ରଞ୍ଜନ ରାଉତ,ଯୁଗ୍ମ ସମ୍ପାଦକ ପାଣ୍ଡବ କାରୁଆ, ନିରଂଜନ ବହିଦାର, ପୁରୁଷତ୍ତମ ଦାସଙ୍କ ସମେତ ବୁଦ୍ଧିଜୀବି, ବରିଷ୍ଠ ନାଗରିକ, ସାମ୍ୱାଦିକ ପ୍ରମୁଖ ପ୍ରସ୍ତୁତି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମକୁ କମିଟିର ସୁବାଷ ବିହାରୀ, ରାଜେନ୍ଦ୍ର ସାହୁ ପରିଚାଳନା କରିଥିଲେ। ୨୦୨୦ ମହାମାରୀ କରୋନା କଟକଣା ଯୋଗୁଁ ରାଜ୍ୟରେ ସମସ୍ତ ପର୍ବ ପର୍ବାଣୀ ନିରାଡମ୍ବର ଭାବେ ପାଳନ ହୋଇଥିବା ବେଳେ ବିଗତ ୩ ବର୍ଷ ଧରି ଯୋଡ଼ାରେ ରାବଣ ପୋଡ଼ି ଉତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଆଡମ୍ବର ସହକାରେ ଉତ୍ସବ ପାଳନ କରାଯିବ ବୋଲି ସୂଚନା ମିଳିଛି।