ପିଆଜ ବଦଳାଇଲା ଚାଷୀର ଭାଗ୍ୟ
ଗୋଟିଏ ପଟେ ପିଆଜର ଦର ବୃଦ୍ଧି ଗ୍ରାହାକ ମାନଙ୍କୁ କନ୍ଦାଉଥିବାବେଳେ ଅନ୍ୟପଟେ ଏହି ପିଆଜ ଜଣେ କୃଷକର ଭାଗ୍ୟକୁ ରାତାରାତି ବଦଳାଇ ଦେଇଛି । କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲା ସ୍ଥିତ ଡୋଡ୍ଡାସିଦ୍ବାବନହଲ୍ଲୀ ଅଞ୍ଚଳରେ ରହୁଥିବା ମଲ୍ଲିକାର୍ଜୁନ ନାମରେ ଜଣେ ଚାଷୀର ଭାଗ୍ୟକୁ ବଦଳାଇ ଦେଇଛି ପିଆଜ । ପିଆଜ ଦର ବୃଦ୍ଧି ପାଇବା ଦ୍ବାରା ମଲ୍ଲିକାର୍ଜୁନ ଏକ ମାସ ମଧ୍ୟରେ କର୍ଜଦାରରୁ କରୋଡପତି ହୋଇଯାଇଛନ୍ତି । ବର୍ତ୍ତମାନ ମଲ୍ଲିକାର୍ଜୁନଙ୍କ ନିକଟକୁ ସ୍ଥାନୀୟ ଚାଷୀମାନେ ଚାଷର କୌଶଳ ଶିଖିବାକୁ ଆସିବା ଆରମ୍ଭ କରିଦେଲେଣି । ସୁଚନାନୁସାରେ , ମଲ୍ଲିକାର୍ଜୁନ ବର୍ଷାଦିନରେ ପିଆଜ ଚାଷ କରିବାପାଇଁ ୧୦ ଏକର ଜମିରେ ପିଆଜ ଚାଷ କରିଥିଲେ ।


