ଭିସା ପକ୍ଷରୁ ନ୍ୟାସନାଲ କମନ୍ ମୋବିଲିଟି କାର୍ଡର ପ୍ରଚଳନ
ନୂଆଦିଲ୍ଲୀ : ଭାରତ ସରକାରଙ୍କ ୱାନ୍ ନେସନ୍ ୱାନ୍ କାର୍ଡ଼ ଭିଜନ୍କୁ ଦୃଷ୍ଟିରେ ରଖି ଭିସା ପକ୍ଷରୁ ନ୍ୟାସନାଲ କମନ୍ ମୋବିଲିଟି କାର୍ଡ଼ର ପ୍ରଚଳନ କରାଯାଇଛି । ଏହା ଭାରତରେ ମଲ୍ଟି ମଡ଼େଲ୍ ଟ୍ରାନ୍ସପୋର୍ଟ ପାଇଁ ବେଶ୍ ଉପଯୋଗୀ ହେବ । ଏନେଇ ହାଉସିଂ ଏବଂ ଅର୍ବାନ ଆଫେୟାର ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ସହାୟତା ଉପଲବ୍ଧ କରାଯାଇଛି । ଏହା ମେଟ୍ରୋ, ବସ୍, ସବ୍-ଅର୍ବାନ୍ ରେଲୱେ, ଟୋଲ୍ ପାର୍କିଂ, ସ୍ମାର୍ଟ ସିଟି ଏବଂ ରିଟେଲ୍ ଆଦି କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ଏହି ଅବସରରେ ଭିସାର ଇଣ୍ଡିଆ ଏବଂ ସାଉଥ୍ ଏସିଆ ଗ୍ରୁପ୍ କଣ୍ଟ୍ରି ମ୍ୟାନେଜର ଟି.ଆର୍.ରାମଚନ୍ଦ୍ରନ କହିଛନ୍ତି ଯେ ଏହି ନୂଆ ପଦକ୍ଷେପ ଦ୍ୱାରା ଦେଶରେ କାରବାର ବୃଦ୍ଧି ସହଜ ଜନକ ହେବା ସହିତ ବ୍ୟବହାରକାରୀ ବେଶ୍ ଉପକୃତ ହୋଇପାରିବେ । ଭାରତରେ କାର୍ଡ଼ର ବ୍ୟବହାର ବୃଦ୍ଧି ପାଉଥିବାବେଳେ ଇତିମଧ୍ୟରେ ଅନେକ ମେଟ୍ରୋ ଏବଂ ସ୍ମାର୍ଟସିଟି ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଉଛି । ଫଳରେ ଆଗାମୀ ଦିନରେ ଡିଜିଟାଲ ପେମେଣ୍ଟ ମଧ୍ୟ ବଢ଼ିବାର ଆଶା ରହିଛି । କଣ୍ଟାକ୍ଟ ଲେସ୍ କାର୍ଡ ସଲ୍ୟୁସନ୍ ସରକାରଙ୍କ ଉଦ୍ଦେଶ୍ୟକୁ ଫଳବତୀ କରାଇବା ଲକ୍ଷ୍ୟ ନେଇ ଜାରି ରହିଛି । ଏହି କାର୍ଡ ଅଫ୍ଲାଇନ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ବେଶ୍ ଉପଯୋଗୀ ହୋଇପାରିବ । ଏଥିରେ କଣ୍ଟାକ୍ଟଲେସ୍ ଟ୍ୟାପ୍-ଟୁ-ପେ ଫିଚର ରହିଛି । ଏହା ଦେଶର ପବ୍ଲିକ୍ ଟ୍ରାନ୍ସପୋର୍ଟ ଅପରେଟରଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ହୋଇପାରିବ । ଭିସା ସରକାରଙ୍କ ଭିଜନ୍କୁ ଦୃଷ୍ଟିରେ ରଖି ସମାନୁପାତିକ ଭିତିରେ କାର୍ଯ୍ୟ କରି ନ୍ୟାସନାଲ କମନ୍ ମୋବିଲିଟି କାର୍ଡ଼ର ପ୍ରଚଳନ କରିଛି । ଭିସା କଣ୍ଟାକ୍ଟଲେସ୍ କାର୍ଡ଼ ନେକ୍ସଟ ଜେନେରେସନ୍ ଆକାଉଣ୍ଟ ବେସଡ୍ ଟିକେଟିଂ ମଡ଼େଲ ଗ୍ରହଣ କରିଛି । ଏହା ବିଶ୍ୱବ୍ୟାପି ମେଟ୍ରୋ ସହରରେ ଉପଲବ୍ଧ ହେଉଛି । ସୂଚନାଯୋଗ୍ୟ ଯେ ଭିସା କ୍ୟାସ୍ ଲେସ୍ କାରବାର କ୍ଷେତ୍ରରେ ଖ୍ୟାତି ହାସଲ କରିପାରିଛି । ଏହା ଏକ ସେକେଣ୍ଡରେ ୬୫,୦୦୦ କାରବାର ମେସେଜ୍ ସଂଗୃହୀତ କରିଥାଏ ।