ଭବାନୀପାଟଣା ଠାରେ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଆଜି ସ୍ଥାନୀୟ ମ୍ୟୁନିସିପାଲ ହାଇସ୍କୁଲ୍ ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ପର୍ଯ୍ୟଟନ ଦିବସ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟ।ଲୟ ତରଫରୁ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ କଲେଜ ଓ ହାଇସ୍କୁଲ୍ ସ୍ତର କୁଇଜ୍ ପ୍ରତିଯୋଗୀତା ଆୟୋଜନ ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏହି କୁଇଜ୍ ପ୍ରତିଯୋଗୀତା ରେ ସହରର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାକଳୟ ର ମନୋନୀତ ଛାତ୍ର ଏବଂ ଛାତ୍ରୀ ଅଂଶଗ୍ରହଣ କରିଥିଲେ । କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହି ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଅର୍ପିତା ବେହେରା,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସୁବୋଧ ଛତ୍ରିଆ, ମ୍ୟୁନିସିପାଲ୍ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀ ଅମରେଶ ଚନ୍ଦ୍ର ନେଗୀ, କୁଇଜ୍ ମାଷ୍ଟର ତଥା ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ଶୁଭେନ୍ଦୁ ଶେଖର ବେହେରା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥି ଗଣ ପର୍ଯ୍ୟଟନ ଦିବସ ପାଳନର ଉଦ୍ଦେଶ୍ୟ,ପ୍ରଚାର ,ସବୁଜ ନିବେଶ ଓ ଆର୍ଥିକ ଅଭିବୃଦ୍ଧି ଉପରେ ଧାରଣା ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀ ମାନେ ଦିବସ ପାଳନ ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ