ଆନ୍ତର୍ଜାତୀୟ ନୃତ୍ୟ ସମ୍ମିଳନୀ ରେ ନୃତ୍ୟଶିଳ୍ପୀ ଦୀପିକା ଙ୍କ ନୃତ୍ୟ ପ୍ରଦର୍ଶନ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ପୋଡଶୀ ରାଜ୍ୟ ପଶ୍ଚିମବଙ୍ଗ ର କଲିକତା ଠାରେ ଥିବା ଆନ୍ତର୍ଜାତୀୟ ସ୍ତରୀୟ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ “ଅସ୍ତିକା” ସେଣ୍ଟର ଅଫ ପରଫରମିଙ୍ଗ ଆର୍ଟସ୍ ପକ୍ଷରୁ ନବରାତ୍ରୀ ବିଶେଷାଙ୍କ ୨୩ତମ ଆନ୍ତର୍ଜାତୀୟ ନୃତ୍ୟ ସମ୍ମିଳନୀ ୨୦୨୩ “ଜଗନ୍ମୟୀ ନୃତ ଉତ୍ସବ ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କଲିକତା ଶୋଭାବଜାର ସ୍ଥିତ ରାଜବାଡି ନାଟ୍ୟମନ୍ଦିର ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଅସ୍ତିକା ର କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ଦେବସ୍ମିତା ଘୋଷ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନୃ୍ତ୍ୟଗୁରୁ ଶ୍ରୀମତୀ ପଲ୍ଲୀ ଗୁହ, ,ନୃତ୍ୟ ଗୌରବ ତଥା ନୃତ୍ୟ କୀମ୍ବଦନ୍ତି ଉପାଧି ପ୍ରାପ୍ତ ବିଶିଷ୍ଟ ନୃତ୍ୟଗୁରୁ ଶ୍ରୀଯୁକ୍ତ କୋହୀନୂର ସେନ ବାରାତ , ଆନ୍ତର୍ଜାତିକ ବିବିସି ଆୱାର୍ଡ ପ୍ରାପ୍ତ ବିକ୍ଷାତ କଥକ ନୃତ୍ୟଗୁରୁ ଅନୂରେଖା ଘୋଷ ପ୍ରମୁଖ ଯୋଗ ଦେଇଥିଲେ। ଦେଶର ବିଭିନ୍ନ ପ୍ରାନ୍ତ ରୁ ନୃତ୍ୟଶୀଳ୍ପୀ ଏବଂ ଅତିଥି କଳାକାର ମାନେ ଅଂଶଗ୍ରହଣ କରି ଓଡିଶୀ,କଥକ, ଭାରତନାଟ୍ୟମ, ଆଦି ଅତି ଉଚ୍ଚୋକୋଟି ର ନୃତ୍ୟ ପରିବେଷଣ କରି ଅତିଥି ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି।କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରେ ବିଶିଷ୍ଟ ନୃତ୍ୟବିତ ଗୁରୁ ଶ୍ରୀଯୁକ୍ତ ରାଜଦୀପ ବେନାର୍ଜୀ ଏବଂ ଗୁରୁ ପଲ୍ଲୀ ଗୁହ,ଆଙ୍କର୍ ଶ୍ରୀ ଋତୁରାଜ ପାରମାଣୀକ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ଅବସରରେ ଓଡିଶା ର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରୁ ନୃତ୍ୟଶୀଳ୍ପୀ ସୁଶ୍ରୀ ଦୀପୀକା ଦାସ ସମ୍ମୀଳନୀ ରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇ ଉଚ୍ଚକୋଟୀର ଓଡିଶୀ ନୃତ୍ୟ ପରିବେଷଣ କରି ଅତିଥି ମାନଙ୍କ ଦ୍ବାରା ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇ ପ୍ରଶଂସିତ ହେବାସହ “ଦେବୀ ନୃତ୍ୟ” ସମ୍ମାନ ରେ ସମ୍ମାନିତ ହୋଇଛନ୍ତି।ଦୀପିକା କରଞ୍ଜିଆ ସ୍ଥିତ ବିକାଶ କନଭେଣ୍ଟ ସ୍କୁଲ ର ଷଷ୍ଠ ଶ୍ରେଣୀ ରେ ଅଧ୍ୟୟନ ରତ ଥିବା ବେଳେ କରଞ୍ଜିଆ ର ମୁଖ୍ୟ ନୃତ୍ୟଅନୁଷ୍ଠାନ “ନୃତ୍ୟଶ୍ରୀ” ଠାରେ ଗୁରୁ ପ୍ରଫେସର ଡ: ମନୋଜ କୁମାର ର ବେହେରା ଏବଂ ଗୁରୁ ଭାଗ୍ୟଶ୍ରୀ ସୁମନା ଓତା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ପ୍ରଶିକ୍ଷଣ ରେ ଓଡିଶୀ ନୃତ୍ୟ ଶିକ୍ଷାଲାଭ କରିଛନ୍ତି।ତେବେ ଦୀପିକା ଉକ୍ତ “ଦେବୀ ନୃତ୍ୟ ” ସମ୍ମାନ ହାସଲକରି ଅଞ୍ଚଳ କୁ ଗୌରବାନ୍ନୀତ କରିବା ସହ ଅଞ୍ଚଳର କଳାପ୍ରେମୀ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉନ୍ନତି କାମନା କରିଛନ୍ତି ।କାର୍ଯ୍ୟକ୍ରମ କୁ ନିର୍ଦ୍ଧେଶିକା ଦେବସ୍ମୀତା ଘୋଷ ପରିଚାଳନା କରିଥିବାବେଳେ ଶ୍ରୀ ଋତୁରାଜ ପାରମାଣିକ ମଞ୍ଚ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ରକ୍ତିମ ସେନ,ମୀରା ବାନାର୍ଜୀ, ଜୟା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ