ସାହିତ୍ୟ ସଂସଦର ଜାତୀୟ ପର୍ଯ୍ୟଟନ ଉତ୍ସବ କବିତା ପାଠ ଅଧିବେଶନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ଜାତୀୟ ପର୍ଯ୍ୟଟନ ମହୋତ୍ସବ ଅବସରରେ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପର୍ଯଟନ ଭାରତ ପକ୍ଷରୁ ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ତିନିଦିନିଆ ଜାତୀୟ ପର୍ଯଟନ ଉତ୍ସବର ପ୍ରଥମ ଦିବସ ପ୍ରାରମ୍ଭିକ କବିତା ପାଠ ଅଧିବେଶନକୁ ସାନଖେମୁଣ୍ଡି ସାହିତ୍ୟ ସଂସଦ ପରିଚାଳନା କରିଥିଲା । ସାନଖେମୁଣ୍ଡି ସାହିତ୍ୟ ସଂସଦ ଉପ ସଭାପତି ବିନାୟକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠ ଅଧିବେଶନକୁ ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ସାହିତ୍ୟିକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଶରତଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପର୍ଯଟନଭାରତ ସମ୍ପାଦକ ନାରାୟଣ ମହାଙ୍କୁଡ ସାହିତ୍ୟ ସଂଯୋଜକ ମିହିର ରଞ୍ଜନ ତ୍ରିପାଠୀ ଇ ସନ୍ୟାସୀ ମହାରଣା ଉପସ୍ଥାପକ ରାଇରଞ୍ଜନ ନନ୍ଦ କବି ପ୍ରମୋଦ କୁମାର ପଣ୍ଡା ବୃନ୍ଦାବନ ପଣ୍ଡା ଗୋକୁଳାନନ୍ଦ ତ୍ରିପାଠୀ ରଞ୍ଜନ କୁମାର ବ୍ରହ୍ମା ଅଧ୍ୟାପିକା ସ୍ୱାଗତିକା ସାହୁ ସତ୍ୟମ୍ ଆଚାରୀ ପ୍ରମୁଖ ଯୋଗ ଦେଇଥିଲେ। ଶୁଭଲକ୍ଷ୍ମି ପାଣିଗ୍ରାହୀ ରଜନୀରାଣୀ ମୁନି ଏନ୍ ପୂଜା ରେଡ଼ି ସସ୍ମିତା ପାଣିଗ୍ରାହୀ ସଂଯୁକ୍ତା ଶତପଥୀ ପ୍ରଶାନ୍ତ କୁମାର ଆଚାରି ମନୋଜ କୁମାର ପଟ୍ଟନାୟଙ୍କୁ ତିରୁମାଲା ଅଚାରୀ ରୋହିତ ଜେନା ସମ୍ଭବ କୁମାର ତ୍ରିପାଠି ଗିରିଜାଶଙ୍କର ଦାଶ ବଂଶୀଧର ସେଠି ସଦାଶିବ ପାଢ଼ୀ ଶିଶିର କୁମାର ମହାପାତ୍ର ସୁଧୀର କୁମାର ସାଥୁଆ ଧର୍ମାନନ୍ଦ ମହାରଣା ଏ ନୀଳମାଧବ ପାତ୍ର ଜିତେନ୍ଦ୍ରନାଥ ପଟ୍ଟନାୟକ ଶୁଭେନ୍ଦୁ ମେହେର କାର୍ତ୍ତିକ ପାଣିଗ୍ରାହି ପ୍ରସନ୍ନ କୁମାର ସାହୁ ବିଜୟ ମିଶ୍ର ଲାଲବାହାଦୁର ପଟନାୟକଙ୍କ ସମେତ ୬୦ ଜଣ କବି ପର୍ଯ୍ୟଟନ ଓ କଳା ସଂସ୍କୃତି ସାମାଜିକ ବିଷୟ ଆଧାରିତ କବିତା ପାଠ କରିଥିଲେ। ସମସ୍ତ କବି କବୟତ୍ରୀ ମାନଙ୍କୁ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ