ସାନଖେମୁଣ୍ଡି ରେ ବିଜେଡି କନ୍ଦଳ ତୁଟୁନି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ବିଜେଡି ପକ୍ଷରୁ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀରୁ ନମ୍ଭେମ୍ବର ୧୨ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ପାଳିତ ହେଉଥିବା ଦଳୀୟ ସଚେତନତା ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଗତ କାଲି ସନ୍ଧ୍ୟାରେ ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ପୂର୍ତ୍ତ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି । ସାନଖେମୁଣ୍ଡି ବିଜେଡିର ଦଳୀୟ ସଂଗଠକ , ନିର୍ବାଚିତ ଦଳୀୟ ଜନପ୍ରତିନିଧି ଏବଂ ତୃଣମୂଳ ସ୍ତରୀୟ ବିଜେଡି ସମାବେଶରେ ଅନୁଷ୍ଠିତହୋଇଥିବା ବେଳେ ଏହି ପ୍ରସ୍ତୁତି ବୈଠକରେ ସାନଖେମୁଣ୍ଡିର ବିଜେଡି ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜେଡି ମହିଳା ସଂଗଠନ ଉପଦେଷ୍ଟା ଶ୍ରୀମତୀ ନନ୍ଦିନୀ ଦେବୀ ଯୋଗଦେଇ ଦୀର୍ଘ ଚାଳିଶ ଦିନ ବ୍ୟାପି ଆୟୋଜିତ ହେବାକୁ ଥିବା ଏହି ଦଳୀୟ ସଚେତନତା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଦଳ ସଂଗଠକ ପଞ୍ଚାୟତ ଜନ ପ୍ରତିନିଧି ଏବଂ କର୍ମୀଙ୍କ ସହ ଆଲୋଚନା କରିଥିଲେ । ବ୍ଲାକ ଅଧ୍ୟକ୍ଷ ସିମାଞ୍ଚକ ପାତ୍ର , ବରିଷ୍ଟ ବ୍ୟକ୍ତିତ୍ୱ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ , ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ , ବିଜୟ କୁମାର ପ୍ରଧାନ , ପ୍ରତିନିଧି ରାଜୀବ ପାତ୍ରଙ୍କ ସହ ବ୍ଲକ ଯୁବ ବିଜେଡି ସଭାପତି ତଥା ପୋଡ଼ାମାରୀ ସରପଂଚ ସନ୍ତୋଷ କୁମାର ବିଷୋୟୀ , ଚନ୍ଦ୍ରଧ୍ଵଜ ସିଂ , ସଞ୍ଜୟ ରାଉତ , ଓମ୍ ପ୍ରସାଦ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଆଲୋଚନାରେ ସାନଖେମୁଣ୍ଡି ବ୍ଲକ ବିଜେଡିରେ ଲାଗିରହିଥିବା ଅନ୍ତରଦ୍ଵନ୍ଦ ମାନମାଳିନ୍ୟ ଭୁଲି ସାଙ୍ଗଠନ ମଜୁବୁତ କରିବା ନେଇ ତର୍ଜମା କରିଥିଲେ । ଅସହିଷ୍ଣୁତା ମନୋଭାବ ଭୁଲି ଦଳୀୟ ସଂଗଠନକୁ ମଜବୁତ କରିବାକୁ ଏରେଣ୍ଡାରା ସରପଂଚ ଧୋବା ସ୍ବାଇଁ ମତବ୍ୟକ୍ତ କରିଥିଲେ । ଆୟୋଜିତ ବୈଠକରେ ଗାନ୍ଧୀ ଜୟନ୍ତିରୁ ପାଟପୁର ଗାନ୍ଧିଛକରୁ ଶୁଭାରମ୍ଭ ହେଉଥିବା ଏହି ସଚେତନା ପଦଯାତ୍ରାରେ ପଞ୍ଚାୟତ ସ୍ତରରୁ ବିପୁଳ ଦଳୀୟ ସମାଗମ ନେଇ ଶ୍ରୀମତୀ ନନ୍ଦିନୀ ଦେବୀ କର୍ମୀ ଓ ଜନ ପ୍ରତିନିଧିଙ୍କୁ ଆହ୍ଵାନ ଦେଇଥିବା ବେଳେ ଅନ୍ୟ ପଟେ ଆଜି ରବିବାର ଦିନ ସାନଖେମୁଣ୍ଡି ବିଜେଡିର ନନ୍ଦିନୀ ବିରୋଧୀ ଗୋଷ୍ଠୀଙ୍କ ଏକ ମିଳିତ ବୈଠକ ପୃଥକ ଭାବେ ପଳାସପୁର ନିକଟ ଶ୍ରୀ ବୁଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି ।ପୂର୍ବତନ ବିଧାୟିକାଙ୍କ କର୍ମୀ ମାନଙ୍କୁ ଅଣଦେଖା ଯୋଗୁଁ ନେତୃତ ପରିବର୍ତ୍ତନ ପାଇଁ ରାଜ୍ୟନେତ୍ରୁ ବୃନ୍ଦ ଙ୍କୁ ଅବଗତ କରାଇଥିବା ବେଳେ ପଦକ୍ଷେପ ଗ୍ରହଣ କରାନଯିବା ଯୋଗୁଁ ଦଳର ନିର୍ଦେଶ ଅନୁଯାୟୀ ଦଳୀୟ ପଦଯାତ୍ରା କାର୍ଯ୍ୟକ୍ରମକୁ ପୃଥକ ଭାବରେ କରାଯିବା ନେଇ ଆଲୋଚନା କରାଯାଇଥିବା ଜଣାପଡ଼ିଛି।ଏନେଇ ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ବେଳେ ଚର୍ଚ୍ଚା ଜୋର୍ ଧରିଛି। ଏହି ବୈଠକରେ ବ୍ଲକ ଅନ୍ତର୍ଗତ ବହୁ ବରିଷ୍ଟ ତୁଙ୍ଗ ନେତା ସାମିଲ ରହିଥିବା ସ୍ପଷ୍ଟ ହୋଇଛି । ଜିଲ୍ଲାପରିଷଦ ସଭ୍ୟା ପ୍ରତିନିଧି ଶଙ୍କର୍ଷଣ ସ୍ବାଇଁ , ଯୋଗେନ୍ଦ୍ର ସ୍ବାଇଁ , ନାର୍ସୁ ପ୍ରଧାନ , ଗଙ୍ଗାଧର ପାତ୍ର , ବାବୁ ପ୍ରଧାନ , ଦନାର୍ଦ୍ଧନ ପଳେଇ , ଚନ୍ଦ୍ର ଶେଖର ମହାପାତ୍ର , ବିଜୟ ଭୂୟାଁ ,ଶିବରାମ ସ୍ବାଇଁ , ଲିଟୁ ପ୍ରଧାନ ପ୍ରମୁଖ ବିଜେଡି ଜନପ୍ରତିନିଧି ଓ ସଂଗଠକଙ୍କ ସହ ବିପୁଳ ମାତ୍ରାରେ ବିଜେଡି କର୍ମୀ ଆଲୋଚନାରେ ଭାଗ ନେଇ ପଦଯାତ୍ରାର ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି ।