କରଞ୍ଜିଆ ରେ ବରିଷ୍ଠ ନାଗରିକ ଦିବସ ପାଳିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ଠାରେ ବରିଷ୍ଠ ନାଗରିକ ସଂଘ ର ଏକ ବୈଠକ ଡ଼ା: ଜନାର୍ଦ୍ଦନ ଚୌଧୁରୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଥିଲା । ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ଗୋପାଲ ଅଗରୱାଲ ଓ ମୁଖ୍ୟ ବକ୍ତା ଭାବେ ଉପଦେଷ୍ଟା ଗଜେନ୍ଦ୍ର ନାଥ ସାହୁ ଙ୍କ ସହିତ ଉପ ସଭାପତି ସବିତାମହାନ୍ତି ମଞ୍ଚାସିନ ଥିଲେ । ସର୍ବ ପ୍ରଥମେ ନୂତନ ଭାବେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଥିଲା ଓ ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ କୁ ସଙ୍ଘ ର ଅଭିମନ୍ୟୁ ତ୍ରିପାଠୀ ଓ ଭରତ ଚନ୍ଦ୍ର ଦାଶ ସମ୍ପାଦନ କରିଥିଲେ।ବରିଷ୍ଠ ନାଗରିକ ସଂଘର ବିଭିନ୍ନ ସମସ୍ୟା ଉପରେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ସମାଜ ରେ ଅବହେଳିତ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ଉପଯୁକ୍ତ ଧ୍ୟାନ ଦେବା ସହ ବରିଷ୍ଠ ନାଗରିକ ମାନେ ସଂଘ ମାଧ୍ୟମରେ ଏକଜୁଟ ହୋଇ ପରିଣତ ବୟସରେ ଦୁଃଖ ନିର୍ଯ୍ୟାତନା ଲାଞ୍ଛନା ଭୁଲି ଦୈନନ୍ଦିନ ଜୀବନରେ ହସ ଖୁସିର ସହିତ ପରସ୍ପର ପରସ୍ପର ସହିତ ଭାବ ର ଆଦାନ ପ୍ରଦାନ କରିବା ପାଇଁ ବକ୍ତା ନଳିନୀ ଚନ୍ଦ୍ର ଘଣା,ହରପ୍ରିୟା ଦାସ,ଅନିତା ବେହେରା,ମାଣିକ ଦେଇ ଓ ତ୍ରିଲୋଚନ ସେଠୀ ଆଦି ଆହ୍ବାନ ଦେଇଥିଲେ। ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ କେବଳ ଜିଲ୍ଲା ସ୍ତରରେ ଏହି ଦିବସ ପାଳନ ହେଇଥିବାରୁ ବ୍ଲକ ଓ ଉପଖଣ୍ଡ ସ୍ତରରେ କଣ ବରିଷ୍ଠ ନାଗରିକ ନାହାନ୍ତି,ଓ ସେଥି ପାଇଁ ବ୍ଲକ ଓ ଉପଖଣ୍ଡ ସ୍ତରରେ ଏହି ଦିବସକୁ ସରକାରୀ ଭାବେ ପାଳନ କରିବା ପାଇଁ ସମ୍ପାଦକ ସର୍ବେଶ୍ଵର ମିଶ୍ର, ଗୌରୀ ଶଙ୍କର ସିହ୍ନା,ଚନ୍ଦ୍ର ଶେଖର ମିଶ୍ର,ରାଧିକା ବାରିକ,ପ୍ରଦୀପ୍ତ କିଶୋର ପଟ୍ଟନାୟକ,ଅରୂପ କୁମାର ପଣ୍ଡା,ତ୍ରିବେଣୀ ଦେଇ ଆଦି ଦାବି କରିଥିଲେ। ବରିଷ୍ଠ ନାଗରିକ ମାନଙ୍କର ସୁସ୍ଥ ସ୍ବାସ୍ଥ୍ୟ ନିମନ୍ତେ ନିୟମିତ ଏକ ଯୋଗ ଶିକ୍ଷା ଓ ହସ କେନ୍ଦ୍ର ପରିଚାଳନା କରିବା ନିମନ୍ତେ ପ୍ରତି ରବିବାର ଧାର୍ଯ୍ୟ କରାଯିବା ପାଇଁ ରାଧାକୃଷ୍ଣ ମହାନ୍ତି ପ୍ରସ୍ତାବ ଦେଇ ଥିଲେ। କରଞ୍ଜିଆ ବ୍ଲକ ସମେତ ବିଜ୍ଞାପିତ ଅଞ୍ଚଳ କୁ ନେଇ ବରିଷ୍ଠ ନାଗରିକ ସଂଘ ର ପଞ୍ଜିକରଣ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ