ଓସେନେଲିଆ ସଂଘ ପକ୍ଷରୁ ନୂତନ ଅନୁଦାନ ଲାଗି ଦାବିପତ୍ର ପ୍ରଦାନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଓସେନେଲିଆ ସଂଘ ତରଫରୁ ଜିଲାରେ ବିଭିନ୍ନ ମହାବିଦ୍ୟାଳୟରେ ଥିବା ବେସରକାରୀ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ତରଫରୁ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀର ବିଧାୟକଙ୍କୁ ସାକ୍ଷାତ କରାଯିବା ସହିତ ୨୦୦୮ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସମସ୍ତଙ୍କୁ ନୂତନ ଅନୁଦାନ ଲାଗି ଦାବିପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଦାବିପତ୍ରକୁ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ରକୁ କଟକ ବିଭାଗର ସଂଯୋଜକ ପପିନ୍ଦ୍ର ଲେଙ୍କା, ଜିଲା ସଂଯୋଜକ ଚଗଲି ସ୍ୱାଇଁ, ବ୍ଳକ ଖଣ୍ଡ ସଂଯୋଜକ ସ୍ନେହାମୟୀ ଦାସ, ବିଦ୍ୟୁତ ପ୍ରଭା ଦାସ, ଦିଲ୍ଲିପ କୁମାର ବିଶ୍ୱାଳ, ସ୍ୱାଗତିକା ଦାସ, ଦେବକୀ ଦାସ ପ୍ରମୁଖ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ