ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ର ନଗ୍ନ ଚିତ୍ର ଏବେ ସ୍ୱାସ୍ଥ୍ୟସେବା ର ବିଫଳତାକୁ ପଦାରେ ପକାଇଛି ।କିଛିଦିନ ହେଲା ଏହି ସ୍ୱାସ୍ଥ୍ୟକେନ୍ଦ୍ର ବୁଲା କୁକୁର ଙ୍କ ଅଡ୍ଡାସ୍ଥଳୀ ପାଲଟିଛି ।ଘରୋଇ ସୁରକ୍ଷା ଏବଂ କର୍ମଚାରୀଙ୍କ ଉପସ୍ଥିତ ସତ୍ୱେ ପ୍ରସୂତି ୱାର୍ଡରେ ପ୍ରସୂତିଙ୍କ ବେଡ଼ରେ ବୁଲାକୁକୁର ଶୋଇବା ଚିତ୍ର ଏବେ ସାମ୍ମାକୁ ଆସିବା ପରେ ବୁଦ୍ଧିଜୀବୀଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଛି ।ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଓ ଭିତ୍ତିଭୂମି ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ପ୍ରଚାର ପ୍ରସାର କରୁଛନ୍ତି।ସ୍ୱାସ୍ଥ୍ୟ ବିଭାଗ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା ଓ ପରିଚାଳନାରେ ଘୋର ଅବହେଳା ପରିଦର୍ଶନ କରୁଥିବାର କାକଟପୁର କଂଗ୍ରେସ ନେତା ତଥା ପୁରୀଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୌମ୍ୟକାନ୍ତ ଖୁଣ୍ଟିଆ ଅଭିଯୋଗ କରିଛନ୍ତି । ତେବେ ପ୍ରସୂତିଙ୍କ ବେଡରେ କୁକୁର ଶୋଇବାଭଳି ଦୁର୍ଭାଗ୍ୟଜନକ ଘଟଣାର ଯଦି ପୁନରାବୁର୍ତ୍ତି ହୁଏ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଖୁଣ୍ଟିଆ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବାଙ୍ଗୁରୀଗାଁ ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଆଶିଷ କୁମାର ମହାପାତ୍ରଙ୍କ ପ୍ରତିକ୍ରିୟା ଜାଣିବାକୁ ତାଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ