ପୋଖରି ବୁଡି ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ହାତୀପାଦପଲ୍ଲୀ ଗ୍ରାମରେ ଜଣେ ୭୦ ବର୍ଷୀୟ ବୃଦ୍ଧ ନିଜ ଗ୍ରାମ ପୋଖରୀ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ହାତୀପାଦପଲ୍ଲୀ ଗ୍ରାମର ନନ୍ଦିଆ ପରିଡା ଅକ୍ଟୋବର ୫ ତାରିଖ ସନ୍ଧ୍ୟା ସମୟରେ ପୋଖରିକୁ ଗାଧୋଇବାକୁ ଯାଇଥିଲେ। ଅସବଧାନତା ବଶତଃ ସେ ଗଭିର ପାଣି ଭିତରକୁ ଚାଲିଯାଇଥିଲେ। କିଛି ଗ୍ରାମବାସୀ ନନ୍ଦିଆ ପରିଡା ପାଣିରେ ଭାସୁଥିବା ଦେଖି ପରିବାର ଲୋକ ଓ ଦମକଳ ବାହୀନିକୁ ଖବର ଦେଇଥିଲେ। ପୋଲସରା ଦମକଳ ବାହିନୀ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ପୋଲସରା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ନନ୍ଦିଆ ପରିଡାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୋଲସରା ପୋଲିସ ମେଡ଼ିକାଲ ରେ ପହଞ୍ଚି ଶବକୁ ଜବତ କରିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି। ପୋଲିସ ତଦନ୍ତ କାର୍ଯ୍ୟ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ