ବିଜେପିର ରାଜ୍ୟ ସଭାପତି ବାଲିଗୁଡାରେ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାରେ ଆଜି ଅପରାହ୍ନରେ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ ବାଲିଗୁଡାର ଦଣ୍ଡପଦର ଠାରେ ସ୍ୱାଗତ ସ୍ୱମ୍ବର୍ଦ୍ଦନା କରାଯାଇଥିଲା । ଏହାପରେ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ନାରାବାଜି ଦେଇ ପରିକ୍ରମା କରାଯାଇଥିଲା । ଏହାପରେ ନୁଆସାହି କଳସଯାତ୍ରା ରେ ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରିବା ସହ ନୁଆସାହିର ସମସ୍ତ ସାହିକୁ ବୁଲିଥିଲେ । ଏହାପରେ ସ୍ଥାନୀୟ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ପରିସରରେ ଥିବା କଲ୍ୟାଣ ମଣ୍ଡପ ଠାରେ କର୍ମି ମାନଙ୍କୁ ନେଇ ବିଧାନସଭା ସ୍ତରୀୟ ବୈଠକ କରି ଦଳୀୟ କର୍ମି ମାନଙ୍କୁ ଆସନ୍ତା ନିର୍ବାଚନକୁ ନେଇ ରଣ କୌଶଳ ତିଆରି କରିବା ସହ କିଭଳି ନିର୍ବାଚନ ବୈତରଣୀ ପାର ହେବ ତାକୁ ନେଇ ଆଲୋଚନା କରିଛନ୍ତି । ଉକ୍ତ ବୈଠକରେ ରାଜ୍ୟ ସମ୍ପାଦକ ସରୋଜ କର,ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ଜିଲ୍ଲା ଉପସଭାପତି ରମଶେ ମହାନ୍ତୀ,ପୁର୍ବତନ ବିଧାୟକ କରେନ୍ଦ୍ର ମାଝୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁକାନ୍ତ ପାଣିଗ୍ରାହୀ,ପଦ୍ମଚରଣ ଦାସ ,ଲିଙ୍ଗରାଜ ଦଳବେହେରା,ଫୁଲବାଣୀ ମୁନିସପାଲିଟି ଅଧକ୍ଷା ସ୍ମିତାରାଣି ମହାନ୍ତ.କଳ୍ପନା କହଁର ପ୍ରମୁଖ ମଂଚାସୀନ ଥିଲେ ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର କୁଦେଇ ଏହି ବୈଠକକୁ ପରିଚାଳନା କରିଥିଲେ । ବାଲିଗୁଡାର ନଗର ସଭାପତି ଦିବାକର ସାହୁ,ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ,ରଂଜିତ ସାହୁ,ଅଭୟ ପାତ୍ର ଓ ଅନ୍ୟ କର୍ମିମାନେ ସହଯୋଗ କରିବା ସହ ବାଲିଗୁଡା ବହୁ କର୍ମି ଉପସ୍ଥିତ ଥିଲେ ।


