ପୁର୍ବତନ ବିଡିଓଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ନୁତନ ବିଡିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ପୁର୍ବତନ ବିଡିଓ ବିନିତା ବିଜୟିନୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବାବେଳେ ନୁତନ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ବିଦ୍ଧିବଦ୍ଧ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ହଦଗଡ ଠାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଯୋଗଦେଇ ପୁର୍ବତନ ବିଡିଓ ବିନିତା ବିଜୟିନୀଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ସେ ଦୀର୍ଘ ୨ବର୍ଷ ୫ମାସ କାମକରି ସମସ୍ତଙ୍କ ପ୍ରୀୟପାତ୍ର ହୋଇପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୁର୍ବତନ ବିଡିଓ ବିନିତା ବିଜୟିନୀ ହାଟଡିହି ବ୍ଲକର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହଯୋଗକୁ ଭୁୟସୀ ପ୍ରସଂଶା କରିଥିଲେ । ଯାହାକି ଆଗାମି ଦିନରେ ଏପରି ସହଯୋଗ ବଜାୟ ରହିଲେ ବ୍ଲକର ଉନ୍ନୟନ ମୁଳକ କାର୍ଯ୍ୟ ସୁରୁଖୁରରେ ସମ୍ପର୍ଣ୍ଣ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ନୁତନ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ସମସ୍ତଙ୍କ ସହଯୋଗ ରହିଲେ ବ୍ଲକକୁ ସଫଳତାର ଶୀର୍ଷସ୍ଥାନରେ ପହଞ୍ଚାଇ ପାରିବା ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉଭୟ ବିଡିଓଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ପୁର୍ବତନ କନିଷ୍ଠଯନ୍ତ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, କନିଷ୍ଠଯନ୍ତ୍ରୀ ସୁକାନ୍ତ ନାୟକ ଓ ଏକାଉଣ୍ଟସ ଅଫିସର ଲକ୍ଷ୍ମଣ ସୋରେନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସରପଞ୍ଚ ସଂଘର ସଭାପତି ଚିନ୍ମୟ ନାୟକ, ଅଭିମନୁ୍ୟ ସେଠୀ, ରବିନ୍ଦ୍ର ଜେନା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ବିଶ୍ୱନାଥ ନାୟକ, ଜଗବନ୍ଧୁ କାଣ୍ଡି, ଅଜିତ ରାଉତ, ମନିସାରାଣୀ ସା, ନିରୁପମା ନନ୍ଦି, ହେମଲତା ବେହେରା, ଅନୁରାଧା ମହାପାତ୍ର, ମମତା ବେହେରା, ମଧୁମିତା ସ୍ୱାଇଁ, ଆରତୀ ଜେନା, ପ୍ରଶାନ୍ତ ରାଉତ, ଦିନେଶ କୁମାର ସେଠୀ, ରମାକାନ୍ତ ନାୟକ, ସୁବାସିନୀ ସେଠୀ, ଅଙ୍କିତା ପଢ଼ିଆରୀଙ୍କ ସମେତ ସୁଧାଶୁଂ ବିଶ୍ୱାଳ, ମଦନ ମୋହନ ନନ୍ଦି, ଚୁତୁର୍ଭଜ ସ୍ୱାଇଁ, ସୁବ୍ରତ ମହାପାତ୍ର, ଦିଲିପ କୁମାର ମଲ୍ଲିକ, ବିଜୟ ମହାପାତ୍ରଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଓ ବ୍ଲକ କର୍ମଚାରୀ ମାନେ ଯୋଗଦେଇଥିଲେ ।


