ଜିଲ୍ଲା ସାହିତ୍ୟ ସଂସଦ ତରଫରୁ ସ୍ମୃତି ଚାରଣ ସଭା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ପ୍ରବାଦପୁରୁଷ ଭାଗବତ ପ୍ରସାଦ ମହାନ୍ତିଙ୍କ ଦେହାନ୍ତରେ ଏକ ସ୍ମୃତିଚାରଣ ସଭା ସଂସଦର ସ୍ଥାଇ ସଭାପତି ଡଃ.ବାସୁଦେବ ଦାସଙ୍କ ପୈାରହିତ୍ୟରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଟିତ ହୋଇଯାଇଛି । କେନ୍ଦ୍ରାପଡାର ଗର୍ବ ଗୈାରବ,କେନ୍ଦ୍ରାପଡାର ନବନିର୍ମାତା ପ୍ରବାଦପୁରୁଷ ଭାଗବତ ପ୍ରସାଦ ମହାନ୍ତିଙ୍କ ଦେହାନ୍ତ କେନ୍ଦ୍ରାପଡା ରାଜନୀତିର ଏକ ଯୁଗର ଅବସାନ ଘଟିଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରାପଡାରେ ଥରେ ବେଦ ପାଠ କଲେ ଅନ୍ୟ ଥର ଭାଗବତ ପାଠ କରିଥାନ୍ତି । ଅର୍ଥାତ ଥରେ ବେଦ ପ୍ରକାଶ ଅଗ୍ରୱାଲ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ୫ବର୍ଷରେ ଭାଗବତ ପ୍ରସାଦ ମହାନ୍ତି ନିର୍ବାଚିତ ହେଉଥିଲେ । ଉଭୟ ଚଳିତ ବର୍ଷ ଡକାଡକି ହୋଇ ସାଙ୍ଗ ହୋଇ ଚାଲିଯିବା ଏକ ଯୁଗର ଅବସାନ । ଏଥିସହିତ ଭାଗବତବାବୁ କେବଳ ସାଲିସବିହୀନ ନେତା ନଥିଲେ ଶିକ୍ଷା,ସଂସ୍କୃତି ଓ ଅର୍ଥନୈତିକ କ୍ଷେତ୍ରରେ ସେ କେନ୍ଦ୍ରାପଡାର ପରିବର୍ତ୍ତନ ଆଣିଥିଲେ । ତାଙ୍କ ସମୟରେ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ,ଆୟବା ସରକାରୀ ବିଜ୍ଞାନ କଲେଜ, ଅର୍ବାନ କୋପରେଟିଭ ବ୍ୟାଙ୍କ ପ୍ରଭୃତି ପ୍ରତିଷ୍ଠା କରି କେନ୍ଦ୍ରାପଡାର ଅର୍ଥନୈତିକ ବିକାଶ ସାଧନ କରିଥିଲେ । ଏଥିସହିତ କେନ୍ଦ୍ରାପଡା କଲେଜ,ତୁଳସୀ ମହିଳା କଲେଜ,କେନ୍ଦ୍ରୀୟ ସ୍କୁଲ,ନବୋଦୟ ବିଦ୍ୟାଳୟ,ସେଂଟ ଯୋଶେଫ ସ୍କୁଲ,ମେହେନ୍ଦିପୁର ଲାଲବାହାଦୁର ଉଚ୍ଚଶିକ୍ଷା ଶ୍ରମ ଭଳି ଶତାଧିକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ସେ ବ୍ୟକ୍ତି ନୁହଁନ୍ତି ଅନୁଷ୍ଠାନ ଅବା ଅନୁଷ୍ଠାନ ନୁହଁନ୍ତି ବ୍ରାଣ୍ଡ । ଏହି ଅବସରରେ ତାଙ୍କ ସ୍ମୃତି ଉଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ୧୯୨୯ମସିହା ଜୁଲାଇ ୭ତାରିଖରେ ଜନ୍ମଗ୍ରହଣକରି ୨୦୧୯ ମସିହା ଡିସେମ୍ବର ୭ତାରିଖରେ ପରଲୋକ ଗମନ କରିଥିବା ସୂର୍ଗତ ମହାନ୍ତି ମାତ୍ର ୯୧ବର୍ଷରେ ମହାପ୍ରୟାଣ ଘଟି ସାରା ରାଜ୍ୟରେ ଶୋକରଛାୟା ଖେଳାଇ ଦେଇଥିଲା । ପିଲାଦିନେ ରେଳଡବାରେ ରଙ୍ଗ ଦେବା କାମରେ ନିଯୁକ୍ତି ପାଇଁ ଯାଉଥିବା ସମୟରେ ତାଙ୍କ ଜୀବନର ମୋଡ ବଦଳି ଥିଲା । ତାଙ୍କର ଜଣେ ଆତ୍ମୀୟ୮୍‌କ ସହ ସାକ୍ଷାତ ହେବା ପରେ ସେ ସାଲେପୁର ହାଇସ୍କୁଲ ଓ ପରେ ରେଭେନସା କଲେଜରେ ଏବଂ ମଧୁସୁଦନ ଆଇନ କଲେଜରେ ପାଠପଢି ଶିକ୍ଷକତା ଜୀବନ ଆରମ୍ଭ କରି ଓଡିଶା ସରକାରଙ୍କ ମନ୍ତ୍ରୀ ହୋଇପାରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ,କାର୍ଯ୍ୟକାରୀ ସଭାପତି କରୁଣାକର ଦାସ,ଉପସଭାପତି ଅଇନଜୀବି ପ୍ରଦୀପ କୁମାର ଦାଶ,ରାମକୃଷ୍ଣ ଦାଶ,ଆଶିଷ ସେନାପତି,ଅଶୋକ କୁମାର ସାହୁ,ସ୍ୱପ୍ନାଶୁ ଦାସ,ଶରତ କୁମାର ରାଉତ,କୁମର ଚନ୍ଦ୍ର ବାଇ,ତୃପ୍ତିମୟୀ ଜେନା,ମନୋଜ କୁମାର ଦାସ,ବାସନ୍ତୀ ଦାସ,ଗଗନବିହାରୀ ସିଂ,କ୍ଷୀରୋଦ କୁମାର ନାଥ,ପ୍ରେମାନନ୍ଦ ଜେନା,କାର୍ତ୍ତିକ ଚରଣ ନାୟକ,ପିତବାସ ଦାସ ପ୍ରମୁଖ ୫୦ରୁ ଉର୍ଦ୍ଧ୍ୱ ସାହିତ୍ୟିକମାନେ ଯୋଗଦେଇ ଭାଗବତବାବୁଙ୍କ ସ୍ମୃତିଚାରଣ କରିଥିଲେ । ଜୀବନର ଶେଷାର୍ଦ୍ଧରେ ସେ ୧୪ଟି ପୁସ୍ତକ ରଚନା କରି ଜଣେ ଶ୍ରେଷ୍ଠ ସାହିତ୍ୟିକର ମର୍ଯ୍ୟାଦା ଲାଭ କରିଥିଲେ । ତାଙ୍କ ଉଦେଶ୍ୟରେ ସଂସଦ ପକ୍ଷରୁ ପ୍ରକାଶିତ ହେବାକୁ ଯାଉଥିବା ପତ୍ରିକାରେ ଏକ ପୃଷ୍ଟା ଉତ୍ସର୍ଗ ସହ ଏକ ତୈଳଚିତ୍ର ସଂସଦ ଗୃହରେ ରଖାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଶେଷରେ ଭାଗବତବାବୁଙ୍କ ପ୍ରିୟ ଭଜନ କଣ୍ଠଶିଳ୍ପୀ ଗୋଲଖ ସେଠୀ ଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ