କେନ୍ଦ୍ରାପଡା ବିଜୁ ଛାତ୍ର ଜନତା ଦଳର ଛାତ୍ରସଂସଦ ପ୍ରାର୍ଥୀ ଘୋଷଣା

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ନିର୍ବାଚନକୁ ନେଇ ବିଜୁ ଛାତ୍ରଜନତା ଦଳ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ଛାତ୍ର ପ୍ୟାନେଲ୍ ଘୋଷଣା କରାଯାଇଛି। ମହାବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ସାମଗ୍ରିକ ବିକାଶକୁ ପ୍ରାଥମିକତା ଦେଇ ଏହି ପ୍ୟାନେଲ୍‌ର ସଦସ୍ୟମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ପ୍ୟାନେଲ୍‌ରେ ସଭାପତି ଭାବେ ଶୁଭମରଞ୍ଜନ ଦାସ, ଉପସଭାପତି ଭାବେ ଓମପ୍ରକାଶ ଦାସ, ସାଧାରଣ ସମ୍ପାଦକ ଭାବେ ଶୁଭେନ୍ଦୁ ବିକାଶ ମଲ୍ଲିକଁ, ସହକାରୀ ସାଧାରଣ ସମ୍ପାଦକ ଭାବେ ମହମ୍ମଦ ଆୱାସ, କ୍ରୀଡ଼ା ସମ୍ପାଦକ ଭାବେ ଶୁଭଙ୍କର ସିଂ ଓ ନାଟ୍ୟ ସମ୍ପାଦକ ଭାବେ ଦେବସ୍ମିତା ପି. ସୂତାରଙ୍କୁ ବିଜୁ ଛାତ୍ରଜନତା ଦଳ ସମର୍ଥିିତ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏହି ପ୍ରାର୍ଥୀମାନେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱାରୋପ କରିବା ସହ ମହାବିଦ୍ୟାଳୟରେ ଏକ ସୁସ୍ଥ, ସକାରାତ୍ମକ ପରିବେଶ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିବେ ବୋଲି ବିଜୁ ଛାତ୍ରଜନତା ଦଳ ଜିଲ୍ଲା ସଭାପତି ସାହେବ ସାହିଲ ରାଉତ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଏଥିସହିତ ସମସ୍ତ ପ୍ରାର୍ଥୀମାନଙ୍କ ସଫଳତା କାମନା କରିଛନ୍ତି ସଭାପତି ଶ୍ରୀ ରାଉତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ