ଅମୃତ ସରୋବରରୁ ସୋଲାର ଲାଇଟ ଚୋରି ଅଭିଯୋଗ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କେଳାପଡା ପଞ୍ଚାୟତରେ ବ୍ଲକ ପ୍ରଶାସନ ଦ୍ୱାରା ପାଖାପାଖି ୨ ଲକ୍ଷ ଟଙ୍କା ବ୍ୟୟ ବରାଦ କରି ପାଞ୍ଚଟି ସୋଲାର ଲାଇଟ ବ୍ୟବସ୍ଥା କରିବା ସହ ଉଚ୍ଚ ଲୁହା ଖୁଣ୍ଟି ଓ ପୋଖରୀ ହୁଡାରେ ଲାଇଟ ବ୍ୟବସ୍ଥା କରା ଯାଇଥିଲା। ଗତ କାଲି ରାତିରେ କୌଣସି ଦୁର୍ବୁତ୍ତ ପାଞ୍ଚଟି ସୋଲାର ଲାଇଟ ପାଇଁ ଲାଗିଥିବା ଖୁଣ୍ଟି ଉପାଡିବା ସହ ସବୁ ପାଞ୍ଚଟି ଯାକ ସୋଲାର ଲାଇଟ ଚୋରି କରି ନେଇଥିବା ବେଳେ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ଏହି ଘଟଣା ପରେ କେଳାପଡା ପଞ୍ଚାୟତର କିଛି ଲୋକେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ପରେ ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚିତ୍ତ ରଞ୍ଜନ ଦିଗାଲ ଫିରିଙ୍ଗିଆ ଥାନାରେ ଚୋରି ହୋଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ