ଟାଙ୍ଗଣାପଲ୍ଲୀ ପଂଚାୟତ ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୧୯ନଂ ଜିଲ୍ଲାପରିଷଦ ଜୋନ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ପଂଚାୟତରେ ଶନିବାର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତାକୁ ଘରେ ଘରେ ପହଂଚାଇବା ଏବଂ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା କରିଛନ୍ତି ।ଏନେଇ ଜନ ସମ୍ପର୍କ ପଦଯାତ୍ରା ରେ ଲୋକଙ୍କୁ ସଚେତନତା କରାଯାଇଛି,ଏହି ପଦଯାତ୍ରାରେ ଟାଙ୍ଗଣାପଲ୍ଲୀ ସରପଞ୍ଚ ବି. ସୁଦାମ,ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ , ଉପସଭାପତି କାହ୍ନୁ ଚରଣ ବେହେରା,୧୯ନଂ ଜିଲ୍ଲାର ପରିଷଦ ସଭ୍ୟା ରଶ୍ମିତା ନାହାକ, ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ର ସମ୍ପାଦକ ଏଲ. ଗୋପାଲ ରାଓ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ,ଛତ୍ରପୁର ନଗର ବିଜେଡି ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଟାଙ୍ଗଣାପଞ୍ଚ ସମିତି ସଭ୍ୟା ମିନା କୁମାରୀ ସାହୁ, ଯୁବ ନେତା ସୁରେଶ ଦାଶ,ଲକ୍ଷ୍ମଣ ସେଠୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ପୋଟ୍ଟଲାମପୁର ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଟାଙ୍ଗଣାପଂଚାୟତ ର ବିଜେଡି ସଭାପତି ପ୍ରଶାନ୍ତ କୁମାର ସାହୁ, ଅମରେଶ ସାହୁ, ଶିକ୍ଷାବିତ କୋରାମହାରଣା, କୁନା ସାହୁ, କିଶୋର ବେହେରା ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ କୁ ଟାଙ୍ଗଣାପଲ୍ଲୀ ସରପଞ୍ଚ ବି. ସୁଦାମ ପରିଚାଳନା କରିଥିଲେ