ଉତ୍କଳମଣୀ ଥିଲେ ବିଶ୍ୱ ମାନବତାର ପ୍ରତୀକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଂଗଠନର ଜିଲ୍ଲା ଆବାହକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ସଭାରେ ପ୍ରାଧ୍ୟାପକ ମୋହନ ଜେନା ମୁଖ୍ୟ ଅତିଥି, ଶିକ୍ଷାବିତ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ମୁଖ୍ୟବକ୍ତା ଓ ଡଃ. ବାସୁଦେବ ଦାସ ଏବଂ ଅଜୟ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳମଣୀଙ୍କ ଦରଦୀ ହୃଦୟ, ମାନବପ୍ରେମ ଓ ଜାତୀୟତାବାଦ କେବଳ ଓଡିଶାରେ ନୁହେଁ ବରଂ ସମଗ୍ର ଭାରତବର୍ଷରେ ବିରଳ ବୋଲି ମତବ୍ୟକ୍ତ କରିଥିଲେ । ଏହାବ୍ୟତିତ ତାଙ୍କର ସାହିତ୍ୟ, ସାମ୍ବାଦିକତା ଏବଂ ସ୍ୱାଧୀନତା ସଂଗ୍ରାମ ପ୍ରତି ଅବଦାନ ଅନନ୍ୟ ବୋଲି ମତ ପ୍ରକାଶ କରିଥିଲେ । ପଣ୍ଡିତ ପ୍ରତାପ ପତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ରବୀନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷାପରିଦର୍ଶକ ନରୋତ୍ତମ ଜେନା, ଆଇନଜୀବୀ ବଳଭଦ୍ର ଦାସ, ରଣଧୀର ଜେନା, ନିରଞ୍ଜନ ପରିଡା, ଶରତ ରାଉତ, ରାଜକିଶୋର ନାୟକ, ଅଭିମନ୍ୟୁ ରାଉତ, ଅଧ୍ୟାପକ ବିନାୟକ ପ୍ରଧାନ, ଭାଗୀରଥି ଜେନା, ଅବଧୂତ ରାଉତ, ସୀତାକାନ୍ତ ନାୟକ, ବୈଷ୍ଣବ ସ୍ୱାଇଁ ପ୍ରମୁଖ ଗୋପବନ୍ଧୁଙ୍କ ମାନବସମାଜ ପ୍ରତି ଥିବା ମହାନ ଅବଦାନ ପାଇଁ ଗଭୀର ଶ୍ରଦ୍ଧା ଓ ସମ୍ମାନ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ