ଖଲିଙ୍ଗି ବିଦ୍ୟାଳୟର ନୂତନ ଶ୍ରେଣୀ ପ୍ରକୋଷ୍ଠ ଉଦଘାଟିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିର୍ମିତ ନୂତନ ଶ୍ରେଣୀଗୃହ ଆଜି ଉଦଘାଟିତ ହୋଇଯାଅଛି । ସ୍କୁଲ ଭାରପ୍ରପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଙ୍କ ଦ୍ଵାରା ନୂତନ ଶ୍ରେଣୀ ପ୍ରକୋଷ୍ଠ ଉଦଘାଟିତ ହୋଇଯାଇଛି । ଆୟୋଜିତ ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ସାନଖେମୁଣ୍ଡି ଗୋଷ୍ଠି ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ଚୌଧୁରୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶୁକଦେବ ମଲିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ କୁମାର ବେହେରା , କନିଷ୍ଠ ଯନ୍ତ୍ରୀ , ସଞ୍ଜୟ କୁମାର ଖଟେଇ ଏବଂ ସମଗ୍ର ଶିକ୍ଷା ବିଭାଗୀୟ ବୈଷୟିକ ସଂଯୋଜକ ସନତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ଉଦ୍ୟୋକ୍ତା ଖଲିଙ୍ଗି ସରପଂଚ ଅର୍ଣବ ନାହାକ , ସମିତି ସଭ୍ୟା ବବିତା କୁମାରୀ ରାଉତ ଏବଂ ସ୍କୁଲ ପରିଚାଳନା କମିଟି ସଭାପତି ପୂର୍ଣ୍ଣ ସେଠି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଆୟୋଜିତ ଏହି ଉଦଘାଟନୀ ସଭାରେ ଉପସ୍ଥିତ ଅତିଥି ବୃନ୍ଦ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିଭାଗୀୟ ଅଧିକାରୀ ଙ୍କ ସହଯୋଗ ସରକାରଙ୍କ ଶିକ୍ଷା ନୀତିରେ ଭିତ୍ତିଭୂମିର ବିକାଶ ସରକାରଙ୍କ ଅନୁଦାନ ରେ ବିଦ୍ୟାଳୟର ଉନ୍ନତି ହୋଇପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟରେ ପଢ଼ୁଥିବା ଏବଂ ଶ୍ରେଣୀରେ ଉପସ୍ଥିତ ରହୁଥିବା ଶିକ୍ଷାର୍ଥୀଙ୍କ ଅନୁପାତ ହାରରେ ବିଦ୍ୟାଳୟ ଗୁଡ଼ିକରେ ଆବଶ୍ୟକ ଶ୍ରେଣୀଗୃହର ଅଭାବ ଦୃଷ୍ଟିରୁ ସ୍ବତନ୍ତ୍ର ଅନୁଦାନରେ ନିର୍ମିତ ଏହି ପ୍ରକୋଷ୍ଠ ଛାତ୍ରଛାତ୍ରୀଙ୍କ ଉପଯୋଗୀ ହେବା ନେଇ ସେମାନେ ଆଶା ବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ , ଅଭିଭାବକ ଗ୍ରାମବାସୀ କାର୍ଯ୍ୟକ୍ରମରେ ଉପସ୍ଥିତି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ