ଇଡ଼ିଦା ଗୋଲକନାରାୟଣ ହାଇସ୍କୁଲ୍‌ର ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଇଡ଼ିଦା ଗୋଲକ ନାରାୟଣ ହାଇସ୍କୁଲ୍‌ର ହୀରକ ଜୟନ୍ତୀ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ହାଇସ୍କୁଲ୍ ହଲ୍‌ରେ ତା ୦୮-୧୦-୨୩ରିଖରେ ଅନୁଷ୍ଠିତ ହୋଇ ଆସନ୍ତା ଡିସେମ୍ବର ୨୨,୨୩,୨୪ ତାରିଖରେ ପାଳନ ପାଇଁ ସ୍ଥିର କରାଯାଇଛି । ସ୍କୁଲ୍‌କୁ ଗୌରବାନ୍ୱିତ କରୁଥିବା ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରିବା, ସ୍ମରଣିକା ପ୍ରକାଶନ, ବିଭିନ୍ନ ସ୍କୁଲ୍ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ଓ ପ୍ରାଇଜ୍ ବଣ୍ଟନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଅତିଥି ଚୟନ, ୩ ଦିନର ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ, ଖାଦ୍ୟପେୟର ବନ୍ଦୋବସ୍ତ, ଆନୁମାନିକ ବଜେଟ୍ ପ୍ରସ୍ତୁତି ଓ ଚାନ୍ଦା ଆଦାୟ ପାଇଁ ପ୍ରାରମ୍ଭିକ ଆଲୋଚନା କରାଯାଇ କେତେକ କମିଟି ଗଠନ କରାଯାଇଥିଲା । ମେଗାଜିନ୍‌କୁ ପୂର୍ବତନ ହେଡ଼ମାଷ୍ଟର ଶ୍ରୀ ନିତ୍ୟାନନ୍ଦ ଦାସଙ୍କୁ ଉତ୍ସର୍ଗୀକୃତ କରାଯିବାକୁ ସ୍ଥିର କରାଯାଇ ପୁରାତନ ଛାତ୍ର ଓ ଶିକ୍ଷକମାନେ ସ୍କୁଲ୍‌ର ଅନୁଭୂତି, ଗୁଣ ଗାରିମା ସମ୍ବଳିତ ଲେଖା ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ର ହେଡ଼ମାଷ୍ଟରଙ୍କ ନାମରେ ପଠାଇବାକୁ ଅନୁରୋଧ କରାଗଲା । ଆସନ୍ତା ନଭେମ୍ବର ୫ ତାରିଖ ଦିନ ୧୦ଘଟିକା ସମୟରେ ପୁନଶ୍ଚ ଏକ ପ୍ରାକ୍ ବୈଠକ କରାଯାଇ ଏ ସମସ୍ତ ବିଷୟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପୂର୍ଣ୍ଣାଙ୍ଗ ରୂପ ଦେବା ସହ ଅତିଥି ଚୟନ ପ୍ରଭୃତି ଆଲୋଚନା କରାଯିବ । ତେଣୁ ଯଥାସମ୍ଭବ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେବାକୁ କମିଟି ତରଫରୁ ଅନୁରୋଧ କରାଯାଇଅଛି ।ବୈଠକରେ ପୁରାତନ ଶିକ୍ଷକ ସର୍ବଶ୍ରୀ ବୀରେନ୍ଦ୍ର ପ୍ରହରାଜ,ପର୍ଶୁରାମ ଦେ, ସୁଦାମ ଚନ୍ଦ୍ର ବାରିକ, ଶଚୀନ୍ଦ୍ର ଦାସ, ହରଗୋପାଳ ସିଂହ, ପରମାନନ୍ଦ ଦାସ, ଅଜୟ ଦାଶ, ସତ୍ୟନାରାୟଣ ଦାସ, ଚୈତନ୍ୟ କୁମାର ସାହୁ, ଗୌରୀଶଙ୍କର ଦତ୍ତ, ଗଣେଶ ନାରାୟଣ ପ୍ରହରାଜ, ରତୀନ୍ଦ୍ର ପରିଡ଼ା, ପ୍ରଶାନ୍ତ ପଟ୍ଟନାୟକ, ଅଶୋକ ଦାସ, ଭାଗିରଥୀ ଦାସ, ବସନ୍ତ ଜେନା, ରଜତ ନାରାୟଣ ପ୍ରହରାଜ, ରାମକୃଷ୍ଣ ମହାନ୍ତି, ବିଦ୍ୟାଧର ପରିଡ଼ା, ଅଜୟ ଗୋଚ୍ଛାୟତ, ରୀନାକ୍ଷୀ ତ୍ରିପାଠୀ, ରଞ୍ଜନ ପାଣିଗ୍ରାହୀ, ଗୌରାଙ୍ଗ ସାମନ୍ତ ପ୍ରଭୃତି ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ