ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ ପ୍ରସ୍ତୁତି ବୈଠକ

ବାଲେଶ୍ୱର (ସରୋଜ ପଣ୍ଡା): ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ ନିମନ୍ତେ ଆସନ୍ତା ଅକ୍ଟୋବର ୨ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ୪୪ ଦିନିଆ ଅଭିଯାନ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶିବ ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ସଞ୍ଜୟ ପ୍ରଧାନ ଅଭିଯାନର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବିବରଣୀ ରଖିଥିଲେ। ଅଭିଯାନ ଅବଧି ମଧ୍ୟରେ ଅକ୍ଟୋବର ୨ ତାରିଖରେ ସ୍ୱତନ୍ତ୍ର ଗ୍ରାମସଭା, ବିଦ୍ୟାଳୟ ପରିଚାଳନା କମିଟିର ସ୍ୱତନ୍ତ୍ର ବୈଠକ, ଶିଶୁଙ୍କ ଅବସ୍ଥା ଯାଞ୍ଚ ଓ ସତ୍ୟାପନ, ଅଭିଭାବକ ଏବଂ ସମ୍ପ୍ରଦାୟସ୍ତରୀୟ ବୈଠକ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ଓ ଆବଶ୍ୟକ ସ୍ଥଳେ ଶିଶୁମାନଙ୍କୁ ଉପଯୁକ୍ତ ସେବା ପାଇଁ ପଠାଇବା ଭଳି କାର୍ଯ୍ୟକ୍ରମ ଆୟୋଜନ ନେଇ ଆଲୋଚନା ହୋଇଥିଲା। ଏହା ସହିତ ନଭେମ୍ବର ୧୪ ତାରିଖରେ ଶିଶୁ ଦିବସ ପାଳନ ଓ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ସିଡିଏମ୍ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଅମୂଲ୍ୟ ଦାସ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସ୍ନିଗ୍ଧା ଦାସ, ଡିଏସ୍‌ପି ନିର୍ମଳା ଗୋଚ୍ଛାୟତ ଏବଂ ସାମାଜିକ କର୍ମୀ ଉବାଚକ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ପ୍ରତିନିଧି ଓ ଅଧିକାରୀମାନେ ଯୋଗଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ