ଦୃଷ୍ଟିବାଧିତ ଚେସ୍ ପ୍ରତିଯୋଗିତାରେ ଦୃଷ୍ଟିହୀନ ବିଦ୍ୟାଳୟର ସଫଳତା
ବାଲେଶ୍ବର(ସରୋଜ ପଣ୍ଡା): ଦୃଷ୍ଟିବାଧିତଙ୍କ ପାଇଁ ଆୟୋଜିତ ତୃତୀୟ ଓସିଏଭିସି ଦୃଷ୍ଟିବାଧିତଙ୍କ ପାଇଁ ଓଡ଼ିଶା ଚେସ୍ ଚାମ୍ପିୟନଶିପ୍–୨୦୨୬ ଚେସ୍ ପ୍ରତିଯୋଗିତାରେ ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ, ରାଣୀପାଟଣା ବାଲେଶ୍ବରରର ୧୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଚେସ୍ ପ୍ରତିଯୋଗିତା ୨୬ ଓ ୨୭ ସେପ୍ଟେମ୍ବର ୨୦୨୬ ତାରିଖରେ ଭୁବନେଶ୍ୱରସ୍ଥିତ ପ୍ରଚେଷ୍ଟା ଠାରେ ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ 60 ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜର ଚେସ୍ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ ୧୦ ଜଣ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ଚୟନ ପାଇଁ ମନୋନୀତ ହୋଇଥିବାବେଳେ, ସେଥିମଧ୍ୟରୁ ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ, ରାଣୀପାଟଣା, ବାଲେଶ୍ୱରର ଦୁଇଜଣ ଛାତ୍ରୀ—ମେଘନା ସିଂହ ଓ ଇତିକ୍ରୀଷ୍ଣା ଭଞ୍ଜ—ରାଜ୍ୟସ୍ତରରେ ଚୟନ ହୋଇଛନ୍ତି। ଏହି ଦୁଇ ଛାତ୍ରୀ ୨୩ ରୁ ୨୫ ଅକ୍ଟୋବର ୨୦୨୬ରେ ଗୁଜରାଟରେ ଆୟୋଜିତ ହେବାକୁ ଥିବା ପରବର୍ତ୍ତୀ ଜାତୀୟ ସ୍ତରର ଚେସ୍ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ସେମାନଙ୍କର ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଭିଭାବକମାନେ ଆନନ୍ଦ ପ୍ରକାଶ କରିବା ସହ ଦୁଇ ଛାତ୍ରଛାତ୍ରୀଙ୍କୁ ଆଗାମୀ ପ୍ରତିଯୋଗିତା ରେ ସଫଳତା ପାଇଁ ନିର୍ଦ୍ଦେଶକ ଶ୍ରୀ ଦିବାକର ସ ଶୁଭେଚ୍ଛା ଜଣାଇଛନ୍ତି।


